ଗୋଟିଏ ପରିବାରର ୪ ସଦସ୍ୟଙ୍କ ମୃତ୍ୟୁ
ଉତରପ୍ରଦେଶର ମୁଜାଫରନଗର ଜିଲାରେ ଏକ ପରିବାରର ୪ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାରକୁ ନେଇ ଚାଂଚଲ୍ୟ ଖେଳିଯାଇଛି ।
ସୂଚନା ଅନୁସାରେ ସିଭିଲ ଲାଇନ ଥାନା ସରବଟ ମଦନିଆ କଲୋନୀରେ ଗୋଟିଏ ଘରୁ ୪ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।
ମୃତକମାନେ ହେଲେ ଇରସାଦ (୩୨), ତାଙ୍କ ପତ୍ନୀ ନୁରିନ (୨୮), ଦୁଇ ବର୍ଷର ପୁଅ ଆହିଲ ଓ ଏକ ମଙ୍କସର ଝିଅ ଅକ୍ଷ । ପୁଲିସର ବକ୍ତବ୍ୟ ଇରସାଦ ଜଣେ ରଙ୍ଗ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା ।
ସରବଟ ମଦନିଆ କଲୋନୀରେ ସେ ନିଜ ପରିବାର ଲୋକଙ୍କ ରହୁଥିଲା । ଗତକାଲି ଦୀର୍ଘ ସମୟ ଧରି ଘରର କେହି କବାଟ ନ ଖୋଲିବାରୁ ସ୍ଥାନୀୟ ଲୋକଙ୍କ ମନରେ ସନେ୍ଦହ ଉପୁଜିଥିଲା ।
ଏ ସମ୍ପର୍କରେ ଜାଣି ଇରସାଦଙ୍କ ଭାଇ ନୌଶାଦ ଘଟଣାସ୍ଥଳରେ ପହଂଚିବାରୁ ଓ କବାଟ ଭାଙ୍ଗିବାରୁ ଚାରିଜଣଙ୍କ ଝୁଲନ୍ତା ମୃତଦେହକୁ ଦେଖିବାକୁ ପାଇଥିଲା ।
ଏ ନେଇ ପୁଲିସକୁ ଖବର ଦେବାରୁ ପୁଲିସ ଘଟଣାସ୍ଥଳରେ ପହଂଚି ଇରସାଦ, ତାର ସ୍ତ୍ରୀ ଓ ଦୁଇ ସନ୍ତାନର ମୃତଦେହ ଉଦ୍ଧାର କରିଛି ।
ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ନେଇ ପୁଲିସ ତଦନ୍ତ ଜାରି ରଖିଛି ।