ସ୍ଲଟ ବୁକିଂରେ ଏଣିକି ଜଗା ଦର୍ଶନ
ଶ୍ରୀମନ୍ଦିରରେ ବଦଳିବ ଜଗା କାଳିଆଙ୍କ ଦର୍ଶନ ବ୍ୟବସ୍ଥା । ଖୁବ ଶୀଘ୍ର ସ୍ଲଟ ବୁକିଂ ମାଧ୍ୟମରେ ଜଗା ଦର୍ଶନ ଆରମ୍ଭ ହେବ ।
ଏ ନେଇ ଆଜି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମହାପ୍ରଭୁଙ୍କ ଦର୍ଶନକୁ ଅଧିକ ସୁଗମ କରିବା ପାଇଁ ସରକାର ବିଭିନ୍ନ ରାସ୍ତା ଆପଣାଉଛନ୍ତି ।
ଏଥିପାଇଁ ସ୍ଲଟ ବୁକିଂ ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା କରାଯାଉଛି । ତେବେ ଉଭୟ ଲାଇନ ଏବଂ ସ୍ଲଟ ବୁକିଂ ଦର୍ଶନ ଜାରି ରହିବ । ସେ ନେଇ ଯୋଜନା ଚାଲିଛି ।
ସ୍ଲଟ ବୁକିଂ କରି ଶ୍ରଦ୍ଧାଳୁମାନେ କିପରି ନିର୍ଦ୍ଦିଷ୍ଟ ବୁକିଂ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ, ତାଙ୍କୁ ନଜରରେ ରଖି ଏଭଳି ବ୍ୟବସ୍ଥା ପାଇଁ ଯୋଜନା ଚାଲିଛି । ପ୍ରଥମେ ପରୀକ୍ଷାମୂଳକ ଭାବେ ସ୍ଲଟ ବୁକିଂ ଦର୍ଶନ ବ୍ୟବସ୍ଥା କରାିଯବ ।
ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ଚାଲିଛି । ମ୍ୟାନେଜିଂ କମିଟିରେ ଏନେଇ ଆଲୋଚନା ପରେ ସ୍ଲଟ ବୁକିଂକୁ ନେଇ ନିଷ୍ପତି ହେବ । ନାଟମର୍ଡପକୁ ମଧ୍ୟ ଖୁବଶୀଘ୍ର ଏୟାର କଣ୍ଡିସନିଂ ପ୍ରକ୍ରିୟା ଆରମ୍ଭ ହୋଇଛି ।
ସେହିପରି ଧାଡ଼ି ଦର୍ଶନକୁ ନେଇ ପ୍ରସ୍ତୁତ ରାମ୍ପକୁ ଖୁବଶୀଘ୍ର ଲାଗୁ କରାଯିବ । ମନ୍ଦିରରେ ଏକ ସମୟରେ ସାଢ଼େ ଚାରି ହଜାରରୁ ପାଂଚ ହଜାର ଶ୍ରଦ୍ଧାଳୀ ଏକ ସମୟରେ ଯେପରି ଦର୍ଶନ କରିପାରିବେ ସେଥିପ୍ରତି ବ୍ୟବସ୍ଥା ଚାଲିଛି ।