ନିଶ୍ଚିନ୍ତକୋଇଲିରେ ଗଣଦୁଷ୍କର୍ମ
ରାଜ୍ୟରେ ଆଇନ କାନୁନ ବୋଲି କିଛି ଆଉ ନାହିଁ । ପୁଲିସର ଡର ମଧ୍ୟ ନଥିବା ଭଳି ଲାଗୁଛି ।
ଦିନ ଦ୍ୱିପ୍ରହରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଛି ।
ନିଶ୍ଚିନ୍ତକୋଇଲି ଥାନା ଅଂଚଳରେ ଏଭଳି ଏକ ଲଜ୍ଜାକର ଘଟଣା ଘଟିଛି ।
ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କାରରେ ଯାଉଥିବାବେଳେ ୪ରୁ ୬ ଜଣ ଯୁବକ କାରକୁ ଅଟକାଇଥିଲେ ।
କାରଟି ଅଟକିଯିବା ପରେ କାର ଭିତରୁ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ ।
ପୀଡ଼ିତାଙ୍କ ଅଭିଯୋଗକ୍ରମେ ପୁଲିସ ଏହି ଅଭିଯୁକ୍ତମାନଙ୍କୁ ଖୋଜୁଛି ବୋଲି କଟକ ଗ୍ରାମାଂଚଳ ଏସପି ବିନୀତ ଅଗ୍ରୱାଲ କହିଛନ୍ତି ।








