ବାଲିଅନ୍ତା ଥାନା ଘେରଉ
ପୁଣି ଥରେ ବାଲିଅନ୍ତା ଥାନା ଚର୍ଚ୍ଚାକୁ ଆସିଛି ।
ଏହି ଥାନା ଅଂଚଳର ଜଣେ ଯୁବକଙ୍କୁ କିଛି ଦୁର୍ବୃତ ମରଣାନ୍ତକ ଆକ୍ରମଣ କରିଥିଲେ ।
ଅଭିଯୋଗ ପରେ ମଧ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ ନ କରିବାରୁ ଶନିବାର ସ୍ଥାନୀୟ ଅଂଚଳର କିଛି ମହିଳା ବାଲିଅନ୍ତା ଥାନା ଘେରଉ କରିଛନ୍ତି ।
ତାଙ୍କ ସହିତ ଗ୍ରାମବାସୀମାନେ ମଧ୍ୟ ଥାନା ଘେରଉ କରିଛନ୍ତି ।
ଘଟଣାରୁ ପ୍ରକାଶ ଯେ, ଷଡ଼ଙ୍ଗୀ ଗ୍ରାମର ଜଣେ ଯୁବକଙ୍କୁ କିଛି ଦୁର୍ବୃତ ପିଟିପିଟି ହତ୍ୟା ଉଦ୍ୟମ କରିଥିଲେ ।
ଏନେଇ ସମ୍ପୃକ୍ତ ଯୁବକଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ମଧ୍ୟ ପୁଲିସ କାହାରିକୁ ଗିରଫ କରିପାରି ନାର୍ହି ।
ପୁଲିସର ଭୂମିକାକୁ ନେଇ ଷଡ଼ଙ୍ଗୀ ଗ୍ରାମବାସୀ ଅସନ୍ତୁଷ୍ଟ ହୋଇ ଶନିବାର ବାଲିଅନ୍ତା ଥାନା ଘେରଉ କରିଛନ୍ତି ।
ସେମାନେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ।








