କୋଟିଏ ଟଂକାର ଗଂଜେଇ ଜବତ
ଖୋର୍ଦ୍ଧାରୁ କୋଟିଏ ଟଂକାର ଗଂଜେଇ ଜବତ କରିଛି ପୁଲିସ । ରାଜଧାନୀକୁ ଏହି ଗଂଜେଇ ଆସୁଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ଉ କରି ପ୍ରାୟ ୧୦ କ୍ୱିଂଟାଲ ଗଂଜେଇ ଭର୍ତି କାର ଏବଂ ଏକ ୪୦୭ ଏଏସଇ ଗାଡ଼ିକୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।
ତେବେ ଏକ ମାମଲା ରୁଜୁ କରି କାହା ପାଇଁ ଏତେ ପରିମାଣର ଗଂଜେଇ କେଉଁଠାରୁ ଆସୁଥିଲା ଓ ଏହା କେଉଁଆଡ଼କୁ ଯାଇଥାନ୍ତା ସେ ନେଇ ଭୁବନେଶ୍ୱର ପୁଲିସ ଅନୁସନ୍ଧାନ ଆରମ୍ଭ କରିଛି ।
ଅନ୍ୟପଟେ ଜବତ ଗଂଜେଇର ବଜାର ମୂଲ୍ୟ ଆନୁମାନିକ ୧ କୋଟିରୁ ଊଦ୍ଧ୍ୱର୍ ହେବ ବୋଲି ପୁଲିସ କହିଛି ।