ସମସ୍ତ ସହରକୁ ଗ୍ୟାସ ପାଇପ ଲାଇନ ସଂଯୋଗ
ଓଡ଼ିଶାର ସମସ୍ତ ସହରକୁ ପାଇପ ଗ୍ୟାସ ଲାଇନ ସଂଯୋଗ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା ଆରମ୍ଭ ହୋଇଛି । ଏ ନେଇ ବଡ଼ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
ସମସ୍ତ ମହାନଗର ନିଗମ ସହିତ ଅନୁଗୁଳ, ଢେଙ୍କାନାଳ ଭଳି ବଡ଼ ବଡ଼ ସହରରେ ପ୍ରାୟ କାମ ସରିବାକୁ ବସିଲାଣି । ବାକି ଯେଉଁ ସମସ୍ତ ସହର ରହିଛି, ସେଠାରେ କାମ ଆରମ୍ଭ ହେବ । ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି ଓ ସେମାନେ ସହଯୋଗ କରୁଛନ୍ତି ମଧ୍ୟ ।
ବିଭିନ୍ନ ଏଜେନ୍ସି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦେଶ ଦିଆଯାଇଛି । ଗତକାଲି ଏ ନେଇ ସମୀକ୍ଷା ହୋଇଥିଲା । ଟାର୍ଗେଟ ଅନୁସାରେ କାର୍ଯ୍ୟ ପାଇଁ ଯୋଜନା ହୋଇଛି ।
ପିଏନଜିରେ ସମସ୍ୟା ଦେଖାଦେଲେ କମ୍ପାନୀମାନେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ । ବର୍ଷା ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ସରକାର ଚେଷ୍ଟା କରୁଛନ୍ତି ।
ନୂଆ ଟେକ୍ନୋଲୋଜିରେ କାର୍ଯ୍ୟ ହେବ, ଯାହାଦ୍ୱାରା ରାସ୍ତା ଅଧିକ ଖୋଲିବାକୁ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ସୂଚାଇଛନ୍ତି ।