ସେନାମୁଖ୍ୟଙ୍କୁ ଅବସର ପାଇଁ ଜୋର କଲା ଆମେରିକା
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି । ଇରାନ ସହ ଯୁଦ୍ଧ ମଝିରେ ସେନାମୁଖ୍ୟଙ୍କୁ ଆମେରିକା ବିଦାୟ ଜଣାଇଥିବା ଜଣାପଡ଼ିଛି ।
ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନା ମୁଖ୍ୟ ଜେନେରାଲ ଜର୍ଜଙ୍କୁ ତୁରନ୍ତ ଅବସର ନେବାକୁ କହିଛନ୍ତି । କ୍ରିଷ୍ଟୋଫର ଲାନିଭ ନୂତନ ସେନାମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ।
ପେଂଟାଗନ ନିଶ୍ଚିତ କରିଛି ଯେ ପ୍ରତିରକ୍ଷା ସଚିବ ସେନାର ସର୍ବୋଚ ପଦାଧିକାରୀଙ୍କୁୁ ପଦ ଛାଡ଼ିବାକୁ କହିଛନ୍ତି । ତାଙ୍କୁ ହଟାଇବାର ସଠିକ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ ।
ସୂଚନାଯୋଗ୍ୟ ଯେ ପିଟ ହେଗସେଥ ପଦ ଗ୍ରହଣ କରିବା ପରଠାରୁ ସେନା ଭିତରେ ବଡ଼ ପରିର୍ବତନ କରୁଛନ୍ତି । ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ନୀତି ସହିତ ସାମରିକ ବ୍ୟବସ୍ଥାକୁ ନୂତନ ଭାବେ ସଜାଇବାକୁ ଚାହୁଁଛନ୍ତି ।
ଜେନେରାଲ ରେଣ୍ଡି ଜର୍ଜ ଜଣେ ଅଭିଜ୍ଞ ସାମରିକ ଅଧିକାରୀ । ସେ ୱେଷ୍ଟ ପଏଂଟ ମିଲିଟାରୀ ଏକାଡ଼େମୀର ସ୍ନାତକ ଏବଂ ଗଲ୍ଫ ଯୁଦ୍ଦରେ, ଇରାନ ଏବଂ ଆଫଗାନିସ୍ତାନରେ ମଧ୍ୟ ସେବା କରିଥିଲେ । ତାଙ୍କୁ ୨୦୨୩ରେ ସେନା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା ।
ଏହି ପଦବୀ ସାଧାରଣତଃ ଚାରିବର୍ଷ ପାଇଁ ରହିଥିଲ, ପୂର୍ବରୁ ସେ ସେନାର ଡେପୁଟି ଚିଫ୍ ଅଫ୍ ଷ୍ଟାପ ଭାବେ କାର୍ଯ୍ୟ କରିଥିଲେ ।