କମିଲା ସୁନା ଦର
ଗତ କିଛି ମାସ ହେବ ସୁନା ଓ ରୁପା ମୂଲ୍ୟରେ ହେରଫେର ହେଉଥିଲା । ଯାହାଦ୍ୱାରା ସାଧାରଣ ଗ୍ରାହକ ହଟହଟାର ସମ୍ମୁଖୀନ ହେଉଥିଲେ । ତେବେ ଶୁକ୍ରବାର ଜଣାପଡ଼ିଛି ଯେ ସୁନା ଦର ପୁଣି ହ୍ରାସ ପାଇଛି ।
ଶୁକ୍ରବାର (ଏପ୍ରିଲ ୧୭) ଭୁବନେଶ୍ୱର ଓ କଟକ ବଜାରରେ ମିଳିଥିବା ସୂଚନା ଅନୁସାରେ ସୁନା ଦର ହ୍ରାସ ପାଇଛି ।
୨୪ କ୍ୟାରେଟ୍ ୧୦ଗ୍ରାମ ସୁନା ଦାମ ୧,୪୧.୩୫୦ଟଙ୍କା ହୋଇଥିଲା, ଯେଉଁଥିରେ ୧,୩୭୦ଟଙ୍କା ହ୍ରାସ ପାଇଛି ।
ସେହିପରି ୨୨ କ୍ୟାରେଟ୍ ୧୦ଗ୍ରାମ ସୁନା ଦାମ ୧,୪୧,୩୫୦ଟଙ୍କା ରହିଛି । ଗତକାଲି ୧,୪୨,୬୦୦ଟଙ୍କା ରହିଥିଲା । ଏଥିରେ ୧,୨୫୦ ଟଙ୍କା ହ୍ରାସ ପାଇଛି । ୧୮ କ୍ୟାରେଟ୍ ୧୦ଗ୍ରାମ ସୁନା ଦାମ ୧,୧୫,୬୫୦ଟଙ୍କା ହୋଇଛି । ଯାହାକି ଗତକାଲି ୧,୧୬,୬୮୦ଟଙ୍କା ରହିଥିଲା । ୧,୦୩୦ଟଙ୍କା ହ୍ରାସ ପାଇଛି ।
ତେବେ ରୁପା ଦରରେ କୌଣସି ପରିବର୍ତନ ଘଟିନାହିଁ । ୧୦୦ଗ୍ରାମ ରୁପା ମୂଲ୍ୟ ୨୭,୫୦୦ଟଙ୍କା ଅଛି ।