ବନ୍ୟା ପୀଡ଼ିତଙ୍କୁ ସରକାରୀ ସହାୟତା
ଘର ଭାଙ୍ଗିଥିଲେ ଲକ୍ଷେ ୨୦ ହଜାର
ଓଡ଼ିଶାରେ ଆସିଥିବା ବନ୍ୟାର ପ୍ରକୋପ ସୋମବାର ଠାରୁ କମିଛି । ବିିଭିନ୍ନ ନଦୀର ଜଳସ୍ତର ଆସ୍ତେ ଆସ୍ତୋ ସ୍ୱାଭାବିକ ହୋଇଛି ।
ତେଣେ ହୀରାକୁଦ ମଧ୍ୟ ଗେଟ ବନ୍ଦ କରିସାରିଛି । ବନ୍ୟା ଛାଡ଼ିବା ପରେ ପ୍ରଶାସନର ଦାୟିତ୍ୱ ବଢ଼ିଛି ।
ଏହି ବନ୍ୟାରେ ହୋଇଥିବା ଧନଜୀବନ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ସମ୍ପୂର୍ଣ୍ଣ ପାଣି ନିଷ୍କାସନ ହୋଇଥବା ସ୍ଥାନରେ ଏହି ଆକଳନ ଆରମ୍ଭ ହୋଇଛି । ତେବେ ଏହି ପ୍ରଳୟଙ୍କାରୀ ବନ୍ୟାରେ କେତେ ଘରଦ୍ୱାର ସମ୍ପୂର୍ଣ୍ଣ ଭାଙ୍ଗିଛି, କେତେ କ୍ଷତିଗ୍ରସ୍ତ ହୋଇଛି ଏବଂ କେତେ ହେକ୍ଟର ଚାଷଜମି ଜଳମଗ୍ନ ହୋଇ ଫସଲ ନଷ୍ଟ ହୋଇଛି ତା’ର ଆକଳନ ପାଇଁ କୃଷି ଓ ରାଜସ୍ୱ ବିଭାଗ କର୍ମଚାରୀ ନିୟୋଜିତ ହୋଇଛନ୍ତି ।
ତେବେ ସମ୍ପୂର୍ଣ୍ଣ ଘର ଏହି ବନ୍ୟାରେ ଭାଙ୍ଗିଥିଲେ କ୍ଷତିଗ୍ରସ୍ତ ଘରମାଲିକଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ସରକାରୀ ସହାୟତା ମିଳିବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି । ଆଂଶିକ ଭାଙ୍ଗିଥିଲେ ୪ ହଜାର ଟଙ୍କା ମିଳିବ ।
ସେହିଭଳି କୁଡ଼ିଆ ଭାଙ୍ଗିଲେ ୮ ହଜାର ଟଙ୍କା ମିଳିବ । ସେହିପରି ଫସଲ ହାନୀ ପାଇଁ ହେକ୍ଟର ପିଛା ୮୫୦୦ ଟଙ୍କା ମିଳିବ ।
ପ୍ରକାଶଥାଉ କି, ଏହି ବନ୍ୟାରେ ୨୨ଟି ଜିଲାର ୮୫ଟି ବ୍ଲକ ଓ ୧୧୪୫୮ ଗାଁ ପ୍ରଭାବିତ ହୋଇଛନ୍ତି ।








