ବିଜୁବାବୁଙ୍କୁ ଟାର୍ଗେଟ କରି ନଥିଲି : ନିଶିକାନ୍ତ
ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିଛନ୍ତି ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ନିଶିକାନ୍ତ ଦୁବେ ଦେଇଥିବା ବୟାନକୁ ଶ୍ରୀ ପଟ୍ଟନାୟକ ତୀବ୍ର ସମାଲୋଚନା କରିବା ସହ ଦୁବେଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାଇବା ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ନିଶିକାନ୍ତ ଦୁବେ ବିଜୁବାବୁଙ୍କୁ ନେଇ ଯାହା କହିଲେ, ତାହା ଆଶ୍ଚର୍ଯ୍ୟ ଲାଗିଲା । ସେ ବିଜୁବାବୁଙ୍କ ଅବଦାନ ସମ୍ପର୍କରେ ଅବଗତ ନାହାଁନ୍ତି ।
କାରଣ ଭାରତର ସ୍ୱାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଅବଦାନ ଅତୁଳନୀୟ । ତେଣୁ ଏଭଳି ଅମ୍ଲାନ ବ୍ୟକ୍ତିତ୍ୱଙ୍କ ବିରୋଧରେ ବିଜେପି ସାଂସଦ ବିତର୍କିତ ମନ୍ତବ୍ୟ ଦେବା ଅଶୋଭନୀୟ ଓ ନିନ୍ଦନୀୟ ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।
ଏହାକୁ ଖଣ୍ଡନ କରି ବିଜୁ ପଟ୍ଟନାୟକଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ନିଶିକାନ୍ତ ଦୁବେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ମୁଁ ମୋର କୌଣସି ଟ୍ୱିଟରେ ବିଜୁବାବୁଙ୍କୁ ଟାର୍ଗେଟ୍ କରି ନଥିଲ ।
ଯଦି ମୋ ଟ୍ୱିଟ୍ କାହାକୁ ଆଘାତ ଦେଇଥାଏ, ତାହାହେଲେ ମୁଁ ତାଙ୍କୁ ବୁଝାଇବି । ବିଜୁବାବୁ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ । ବିଜେପି ତାଙ୍କୁ ପୁରା ସମ୍ମାନ ଦେଇଥାଏ ।
ଯେତେବେଳେ କଂଗ୍ରେସ ବିଜୁବାବୁଙ୍କ ପ୍ରତି ଅନ୍ୟାୟ କରିଥିଲା, ସେତେବେଳେ ଜନସଂଘ ଓ ବିଜେପି ତାଙ୍କ ପାଇଁ ଛିଡ଼ା ହୋଇଥିଲା ।
ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ କଡ଼ା ବିରୋଧ କରି ଗତକାଲି ବିଜେଡି ରାଜ୍ୟସଭା ସାଂସଦ ସମ୍ବିତ ପାତ୍ର ସଂସଦର ଯୋଗାଯୋଗ ଏବଂ ଆଇଟି କମିଟିରୁ ଇସ୍ତଫା ଦେଇଛନ୍ତି ।
ରାଜ୍ୟସଭା ଭିତରେ ପ୍ରତିବାଦ ପରେ ବିଜେଡି ସାଂସଦମାନେ ରାଜ୍ୟସଭାରୁ ପ୍ରତିବାଦ କରି ପଦଯାତ୍ରା କରିଥିବା ଦେଖିବାକୁ ମିଳିଛି ।