ବଲାଙ୍ଗୀରରେ ଶିକ୍ଷାନୁଷ୍ଠାନ ପାଇଁ ବଢ଼ିଲା ୪ଦିନ ଛୁଟି
ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲାରେ ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ୪ଦିନ ଛୁଟି ବୃଦ୍ଧି କରାଯାଇଛି ।
୪୦ଡିଗ୍ରୀ ଉପରେ ୧୪ଟି ସହର ରହିଥିବାବେଳେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି ପ୍ରବାହିତ । ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲାରେ ଆଜିଠାରୁ ୨୫ ତାରିଖ ଯାଏ ସମସ୍ତ ଶିକ୍ଷାନୁଷ୍ଠାନ (ସ୍କୁଲ ଓ କଲେଜ) ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ।
ପାଠ୍ୟସୂଚୀ ଶେଷ କରିବା ପାଇଁ ଅନ୍ଲାଇନ୍ ଶ୍ରେଣୀ ନିମନ୍ତେ ନିର୍ଦେଶ ହୋଇଛି । ଶିକ୍ଷକ, ଅଧ୍ୟାପକମାନେ ସ୍କୁଲ ଓ କଲେଜକୁ ଆସି ଅନ୍ଲାଇନରେ କ୍ଲାସ କରିବେ ।
ଅଙ୍ଗନବାଡ଼ି କର୍ମୀ ରନ୍ଧା ଖାଦ୍ୟ ବଦଳରେ ପିଲାଙ୍କ ଘରେ ରେସନ ପହଂଚାଇବେ । ଯଦି ପରୀକ୍ଷା ଥାଏ, ତେବେ ଧାର୍ଯ୍ୟ ସୂଚୀ ଅନୁସାରେ ଜାରି ରହିବ ।
ଜିଲରେ ମଧ୍ୟ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ୪ଦିନ ପାଇଁ ଛୁଟିକୁ ବୃଦ୍ଧି କରାଯାଇଛି । ଏ ନେଇ ଜିଲାପାଳ ଘୋଷଣା କରିଛନ୍ତି । ଜିଲାରେ ପ୍ରଚଣ୍ଡ ଗରମ ବୃଦ୍ଧି ଯୋଗୁଁ ଏଭଳି ନିଷ୍ପତି ସରକାର ନେଇଥିବା ଜଣାପଡ଼ିଛି ।