କେଦାରନାଥ ଧାମରେ ମୋବାଇଲ ମନା
କେଦାରନାଥ ମନ୍ଦିର ପରିସରରେ ମଙ୍ଗଳବାର ମୋବାଇଲ୍ ଫୋନ ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରାଯାଇଛି ।
ବିଶେଷ କରି ମନ୍ଦିରର ପବିତ୍ରତା ଏବଂ ଭକ୍ତଙ୍କ ସୁବିଧାକୁ ନଜରରେ ରଖି ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି ।
ନିୟମ ଅନୁସାରେ ମନ୍ଦିର ପରିସରକୁ ମୋବାଇଲ ଫୋନ ନେବା, ଫଟୋ, ଭିଡିଓ ଏବଂ ରିଲ ରେକର୍ଡିଂ କରିବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।
ନିୟମ ଉଲ୍ଲଙ୍ଘନ କରୁଥିବା କୌଣସି ଭକ୍ତଙ୍କ ବିରାଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶାନ୍ତିପୂର୍ଣ୍ଣ ଏବଂ ଆଧ୍ୟାତ୍ମିକ ଦର୍ଶନ ସୁନିଶ୍ଚିତ କରିବା ପାଇଁ ମନ୍ଦିର କମିଟି ସମସ୍ତ ଭକ୍ତଙ୍କୁ ନିର୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରିଛି ।
ସ୍ଥାନୀୟ ପୁଲିସ ଆଗାମୀ କେଦାରନାଥ ଯାତ୍ରା ସମୟରେ ଭକ୍ତମାନଙ୍କର ସୁଗମ ଏବ ନିରାପଦ ଗତିବିଧି ସୁନିଶ୍ଚିତ କରିବା ପାଇଁ ଏକ ବ୍ୟାପକ ଟ୍ରାଫିକ ପରିଚାଳନା ଯୋଜନା ପ୍ରସ୍ତୁତ କରିଛି । ଯେଉଁଥିରେ ଟ୍ରାଫିକ ନିୟନ୍ତ୍ରଣ କରିବା ଏବଂ ରାସ୍ତାରେ ଭିଡ଼ ଅଟକାଇବା ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।
ପବିତ୍ର ସ୍ଥାନରେ ସାଧାରଣ ଲୋକ ରିଲ ଓ ଭିଡ଼ିଓ ତିଆରି କରି ସାଧାରଣରେ ପ୍ରସାର କରୁଥିବା କାରଣରୁ ଏଭଳି ଅଙ୍କୁଶ ଜାରି ହୋଇଥିବା ଜଣାପଡ଼ିଛି ।