୧୬ରୁ ଆୟକର କର୍ମଚାରୀଙ୍କ ଆନେ୍ଦାଳନ ଧମକ
ଦୀର୍ଘଦିନ ଧରି କରି ଆସୁଥିବା ଦାବି ସରକାର ପୂରଣ ନ କରିବାଦ୍ୱାରା ଆୟକର ବିଭାଗ କର୍ମଚାରୀମାନେ ଆସନ୍ତା ୧୬ତାରିଖରୁ ଦେଶବ୍ୟାପୀ ଆନେ୍ଦାଳନ ଆରମ୍ଭ କରିବାର ଧମକ ଦେଇଛନ୍ତି ।
ଜଏଂଟ କାଉନସିଲ ଆକ୍ସନ (ଜେସିଏ) ପକ୍ଷରୁ ଡାକରା ଦିଆଯାଇଥିବା ଏହି ଆନେ୍ଦାଳନରେ ଆୟକର କର୍ମଚାରୀ ଫେଡ଼େରେସନ (ଆଇଟିଇଏଫ) ଏବଂ ଆୟକର ଗେଜେଟେଡ ଅଫିସର୍ସ ଆସୋସିଏସନ (ଆଇଟିଜିଓଏ) ସାମିଲ ହୋଇଛନ୍ତି ।
ଆୟକର ବିଭାଗର ପ୍ରାୟ ୯୭ ପ୍ରତିଶତ କର୍ମଚାରୀ ଏହି ଦୁଇ ସଂଘର ପ୍ରତିନିଧିତ୍ୱ କରନ୍ତି । ପ୍ରମୁଖ ସମସ୍ୟା ସମାଧାନ ପାଇଁ ରାଜସ୍ୱ ସଚିବଙ୍କୁ ଜେସିଏ ପକ୍ଷରୁ ପୂର୍ବରୁ ଅବଗତ କରାଯାଇଛି ।
ଦୟନୀୟ କାର୍ଯ୍ୟ ସ୍ଥିତି ଏବଂ ପଦୋନ୍ନତିରେ ସ୍ଥାଣୁତା ଭଳି ଏକାଧିକ ସମସ୍ୟା ସେମାନେ ଉଲ୍ଲେଖ କରିଛନ୍ତି । ଏପ୍ରିଲ ୧୬ରୁ ୧୦ଟି ପର୍ଯ୍ୟାୟରେ ଆନେ୍ଦାଳନ କରାଯିବା ନେଇ ଜେସିଏ ସୂଚନା ଦେଇଛି ।
ଆଗାମୀ ୧୬ ତାରିଖରେ ମଧ୍ୟାହ୍ନ ଭୋଜନ ସମୟରେ ଦେଶବ୍ୟାପୀ ଆୟକର କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ।
ପରେ କର୍ମଚାରୀମାନେ କଳା ବ୍ୟାଜ ପରିଧାନ କରିବେ ଏବଂ ପରିସଂଖ୍ୟାନ ରିପୋର୍ଟ ଦାଖଲ କରିବେ ନାହିଁ ।
ସରକାର ହସ୍ତକ୍ଷେପ କରି ସମସ୍ୟା ସମାଧାନ କଲେ ଚୂଡ଼ାନ୍ତ ପର୍ଯ୍ୟାୟରେ ମେ ମାସ ୧୩ ତାରିଖରେ ଦିନିକିଆ ଧର୍ମଘଟକୁ କର୍ମଚାରୀମାନେ ଓହ୍ଲାଇବେ ବୋଲି କୁହାଯାଇଛି ।