ଭାରତୀୟ ମହିଳା ଦଳ ଘୋଷଣା
ଏପ୍ରିଲରେ ଦକ୍ଷିଣ ଆଫି୍ରକା ବିପକ୍ଷରେ ଟ୍ୱେଂଟି-୨୦ ଶୃଙ୍ଖଳା ପାଇଁ ହରମନପ୍ରିତ କୌରଙ୍କ ନେତୃତ୍ୱରେ ଭାରତୀୟ ମହିଳା ଘୋଷଣା କରାଯାଇଛି ।
ଅଲ ରାଉଣ୍ଡର ଅନୁଷ୍କା ଶର୍ମା ପ୍ରଥମ ଥର ପାଇଁ ବରିଷ୍ଠ ଦଳରେ ସ୍ଥାନ ପାଇଛନ୍ତି । ମହିଳା ପ୍ରିମିୟର ଲିଗ ଓ ଏସିଆ କପ ରାଇଜିଂ ଷ୍ଟାର୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ ପରେ ତାଙ୍କୁ ବରିଷ୍ଠ ଜାତୀୟ ଦଳ ପାଇଁ ଡାକରା ହୋଇଛି । ଡବ୍ଲ୍ୟୁପିଏଲରେ ସେ ସାତଟି ଇନିଂସରେ ୧୭୭ରନ୍ କରିଥିଲେ ।
ସମୃତି ମାନ୍ଧାନା ଉପ ଅଧିନାୟିକା ପଦ ବଜାୟ ରଖିଥିବାବେଳେ ରିଚା ଘୋଷ ୱିକେଟ୍ରକ୍ଷକ ଦାୟିତ୍ୱ ନିର୍ବାହ କରିବେ । ବ୍ୟାଟିଂ ବିଭାଗରେ ସେଫାଳି ବର୍ମା, ଜୋମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ଭାରତୀ ଫୁଲମାଲି ଓ ଉମା ଛେତ୍ରୀ ସ୍ଥାନ ପାଇଛନ୍ତି ।
ସେହିପରି ରେଣୁକା ଠାକୁର, ଅରୁନ୍ଧତୀ ରେଡ୍ଡି, କ୍ରାନ୍ତି ଗୌଡ଼ ପେସ ଆକ୍ରମଣ ସମ୍ଭାଳିବାକୁ ଥିବାବେଳେ ଦିପ୍ତୀ ଶର୍ମା, ଶ୍ରୀଚାରଣୀ ଓ ଶ୍ରେୟଙ୍କା ଶର୍ମା ସ୍ପିନ ଆକ୍ରମଣର ନେତୃତ୍ୱ ନେବେ । ଘୋଷଣା ଅନୁସାରେ ଭାରତୀୟ ମହିଳା ଦଳ ଏପ୍ରିଲରେ ଦକ୍ଷିଣ ଆଫ୍ରିକା ଗସ୍ତ କରି ୫ଟି ଟ୍ୱେଂଟି-୨୦ ଖେଳିବ ।
ପ୍ରଥମ ଦୁଇଟି ମ୍ୟାଚ ଡର୍ବାନରେ ଏପ୍ରିଲ ୧୭ ଓ ୧୯ରେ ଖେଳାଯିବ । ତୃତୀୟ ଓ ଚତୁର୍ଥ ଟ୍ୱେଂଟି-୨୦ ଜୋହନ୍ସବର୍ଗରେ ଏପ୍ରିଲ ୨୨ ଓ ୨୫ରେ ଏବଂ ପଂଚମ ଟ୍ୱେଂଟି-୨୦ ବେନୋନିରେ ଏପ୍ରିଲ୍ ୨୭ରେ ଖେଳାଯିବ ।
ଘୋଷିତ ମହିଳା ଦଳ ହେଉଛି ହରମନପ୍ରୀତ କୌର (ଅଧିନାୟିକା), ସମୃତି ମାନ୍ଧାନୀ (ଉପ ଅଧିନାୟିକା), ସେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ରିଚା ଘୋଷ (ୱିକେଟ୍ କିପର), ଅରୁନ୍ଧତୀ ରେଡ୍ଡି, ରେଣୁକା ଠାକୁର, କ୍ରାନ୍ତି ଗୌଡ଼, ଶ୍ରୀ ଚାରଣୀ, ଶ୍ରେୟଙ୍କା ପାଟିଲ, କାସଭୀ ଗୌତମ, ଭାରତୀ ଫୁଲମାଲି, ଉମା ଛେତ୍ରୀ (ୱିକେଟ କିପର), ଅନୁଷ୍କା ଶର୍ମା ।