ଆରମ୍ଭ ସାଗରଭ୍ୟାସ ସାଗର କବଚ
୨୦୧୧ ମସିହା ନଭେମ୍ବର ୨୬ ତାରିଖ, ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ଭଣ୍ଡୁର କରିବା ନିମିତ କୌଶଳ ନେଇ ଆରମ୍ଭ ନେଇ ତଟ ସୁରକ୍ଷା ସାଗରଭ୍ୟାସ ସାଗର କବଚ-୦୧/୨୬ ଆରମ୍ଭ ହୋଇଛି ।
ପଶ୍ଚିମବଙ୍ଗ ଏବଂ ଓଡ଼ିଶା ରାଜ୍ୟର ମିଳିତ ଉଦ୍ୟମରେ ଏହି ସାଗରଭ୍ୟାସ ଆରମ୍ଭ ହୋଇଥିବାବେଳେ ଭଦ୍ରକ ଜିଲା ପୁଲିସ ପ୍ରଶାସନ ପକ୍ଷରୁ ଧାମରା ମେରାଇନ, ଧାମରା ଥାନା, କସିଆ ମେରାଇନ ଏବଂ ଚୁଡ଼ାମଣି ମେରାଇନ ଥାନା ପକ୍ଷରୁ ଏହି ସୁରକ୍ଷାଭ୍ୟାସ କାର୍ଯ୍ୟକ୍ରମ ବୁଧବାର ସକାଳ ପ୍ରାୟ ୬ଟାରେ ହୋଇଛି ।
ଧାମରା ମାଛଧରା ଜେଟି, ଧାମରା ବନ୍ଦ, କାଳିନାଳୀ ଜେଟି, କସିଆ ମାଛଧରା ଜେଟି, ଚୁଡ଼ାମଣି ଜେଟି ଏବଂ ଚୁଡ଼ାମଣି ଘାଟରେ ପୁଲିସ ପ୍ରଶାସନ ପକ୍ଷରୁ ପଇଁତରା କାର୍ଯ୍ୟ ଆରମ୍ଭ ହୋଇଛି । ଏହାରି ମାଧ୍ୟମରେ ଆତଙ୍କବାଦୀମାନଙ୍କୁ ନିମୂଳ କରିବା ହେଉଛି ମୂଳ ଲକ୍ଷ୍ୟ ।
ଏହି ସମରାଭ୍ୟାସରେ ଗୋଟିଏ ଦଳରେ ଭାରତୀୟ ତଟରକ୍ଷୀ ବାହିନୀ, ରାଜ୍ୟ ପୁଲିସ ଏବଂ ଭାରତୀୟ ନେଭିର କିଛି ସଦସ୍ୟ ଗୁପ୍ତଚର (ବୁଲ୍ ଫୋର୍ସ) ଭାବେ ଧାମରା ଅଂଚଳକୁ ଆସନ୍ତି, ଅନ୍ୟ ଦଳଟିରେ ଯଥା ଧାମରା ପୁଲିସ ଏବଂ ଭଦ୍ରକ ଜିଲା ପୁଲିସ ଧାମରା ଉପକୂଳ ଅଂଚଳ ଯଥା ଧାମରା, ଧାମରା ପୋର୍ଟ କମ୍ପାନୀ ଲିମିଟେଡ, ଧାମରା ମତ୍ସ୍ୟ ପୋତାଶ୍ରୟ, ଚନ୍ଦନୀପାଳ, କରଞ୍ଜମାଳ, ବାଲିମୁଣ୍ଡା, କସିଆ, ଚୁଡ଼ାମଣି ଜେଟି, ବାସୁଦେବପୁରଠାରେ ସାଦା ପୋଷାକରେ ପହରା ଦେଇଥାଆନ୍ତି ।
ଏହି ସୁରକ୍ଷାଭ୍ୟାସ ବୁଧବାର ସକାଳେ ଆରମ୍ଭ ହୋଇଥିବାବେଳେ ଏଥିରେ ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୨ଜଣ ଇନ୍ସପେକ୍ଟର, ୯ଜଣ ଏଏସ୍ଆଇ, ୪୦ଜଣ ଫୋର୍ସ, ୧୪ଜଣ ସାଗର ମିତ୍ର ସାମିଲ ଥିଲେ । ୧୧ଜଣ ଟେକ୍ନିକାଲ ଷ୍ଟାଫ ଓ ସମୁଦ୍ର ବିଶେଷରେ ଗୋଟିଏ ସ୍ପିଡ ବୋଟ ମଧ୍ୟ ସାମିଲ ରହିଥିଲା ।
ଏହି ସୁରକ୍ଷାଭ୍ୟାସ ସାଗର କବଚ ଚାଲିଥିବାବେଳେ ୪ଜଣ ଗୁପ୍ତଚରଙ୍କୁ ଧରିବାରେ ପୁଲିସ ପ୍ରଶାସନ ସଫଳ ହୋଇଥିବା ଜଣାପଡ଼ିଛି ।