ମା’ଙ୍କ ୪୦ ଲକ୍ଷ ଟଙ୍କାର ଗହଣା ଲୁଟ
ନୟାଗଡ଼ ବୈଷ୍ଣୋଦେବୀଙ୍କ ମନ୍ଦିରରୁ ମା’ଙ୍କ ପ୍ରାୟ ୪୦ ଲକ୍ଷ ଟଙ୍କାର ଗହଣାକୁ ଦୁର୍ବୃତମାନେ ଲୁଟି ନେଇଛନ୍ତି । ମା’ଙ୍କ ମୁକୁଟ ଏବଂ ହାର, ମା’ଙ୍କ ଯେଉଁ ୩ ପିଣ୍ଡି ଥିଲେ ସେହି ୩ ପିଣ୍ଡିରେ ପୂଜା ପାଉଥିବା ମା’ ମହାକାଳୀ, ମା’ ମହାଲକ୍ଷ୍ମୀ ଓ ମା’ ମହାସରସ୍ୱତୀଙ୍କ ସୁନାର ମୁକୁଟ ଓ ହାରକୁ ଲୁଟେରାମାନେ ଗତ ଗୁରୁବାର ବିଳମ୍ବିତ ରାତିରେ ପଶି ଲୁଟି ନେଇଛନ୍ତି ।
ଏହିପରି ପ୍ରାୟ ୪୦ରୁ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଛି । ତେବେ ଏହି ଘଟଣା ପଛରେ ସ୍ଥାନୀୟ ଲୋକଙ୍କ ହାତ ଥାଇପାରେ ବୋଲି ଅଂଚଳବାସୀ ସନେ୍ଦହ କରୁଛନ୍ତି ।
ଏ ନେଇ ସିକୁ୍ୟରିଟି ଗାର୍ଡକୁ ପଚାରିବାରୁ ସେ କହିଥିଲେ ଯେ, ସେ ସନ୍ଧ୍ୟା ଆଳତୀ ପରେ ମନ୍ଦିର ବନ୍ଦ କରି ଘରକୁ ଚାଲିଯାଇଥିଲେ । ପରେ ମା’ଙ୍କ ସୁନାଗହଣା ଚୋରି ହୋଇଥିବା ଶୁଣିବାକୁ ପାଇଥିଲେ ।
ତେବେ ପୁଲିସ ଏନେଇ ଏକ ମାମଲା ରୁଜୁ କରି ସିସିଟିଭି ଫୁଟେଜ ଯାଂଚ କରିବା ସହ ତଦନ୍ତ ଚଳାଇଛି ।