ପ୍ରଭାତଙ୍କ ବାସଭବନରେ ସାଂସଦ ଦିଲୀପ
ଶନିବାର ପୂର୍ବତନ ଚୌଦ୍ୱାର-କଟକ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରଭାତ ବିଶ୍ୱାଳଙ୍କ ଘରେ ପହଂଚିଥିଲେ ସାଂସଦ ଦିଲୀପ ରାୟ ।
ଆଜି ହଠାତ ସାଂସଦ ଦିଲୀପ ରାୟ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଘରେ ପହଂଚିଥିଲେ ।
ଏହି ସମୟରେ ପ୍ରଭାତଙ୍କ ପୁଅ ତଥା କ୍ରସ ଭୋଟିଂ ପାଇଁ ବିଜେଡିରୁ ନିଲମ୍ବିତ ହୋଇଥିବା ସୌରଭ ବିଶ୍ୱାଳ ମଧ୍ୟ ଉପସ୍ଥିତ ଥିଲେ ।
ତେବେ ଏହା କୌଣସି ଦଳୀୟ ବା ରାଜନୈତିକ ଭେଟଘାଟ ନଥିଲା; ବରଂ ବାରିପଦା ଯିବା ସମୟରେ ଦିଲୀପ ତାଙ୍କ ଘରକୁ ଆସିବେ ବୋଲି କହିଥିଲେ ଏବଂ ଆଜି ଆସିଲେ ।
ଏଥିରେ କୌଣସି ରାଜନୈତିକ ଟ୍ୱିଷ୍ଟ ନାହିଁ ବୋଲି ପ୍ରଭାତ କହିଛନ୍ତି ।