ମାଆ ହେଲେ ‘ଜିନ୍ନତ’
ଶିମିଳିପାଳରୁ ମଙ୍ଗଳବାର ଏକ ଖୁସିର ଖବର ସାଧାରଣଙ୍କ ସମ୍ମୁଖରେ ଆସିଛି । ଜଣାପଡ଼ିଛି ଯେ ବାଘୁଣୀ ‘ଜିନ୍ନତ’ ମାଆ ହୋଇଛି ।
ଏ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ ସୂଚନା ଦେଇଛନ୍ତି । ବାଘୁଣୀ ୪ଟି ଶାବକଙ୍କୁ ଜନ୍ମ ଦେଇଥିବା କ୍ୟାମେରାରେ ଟ୍ରାପ ହୋଇଛି ।
ଗତ ମେ ୨୮ତାରିଖରେ ଟ୍ରାପ କରାଯାଇଥିବା ଜଣାପଡ଼ିଛି । ଛୁଆଗୁଡ଼ିକ ସଂପ୍ରତି ୨୦ଦିନର ହୋଇଛି ।
ନଭେମ୍ବର ୨୦୨୪ ମସିହାରେ ମହାରାଷ୍ଟ୍ରରୁ ‘ଜିନ୍ନତ’କୁ ଶିମିଳିପାଳ ଅଣାଯାଇଥିବା କୁହାଯାଇଛି ।