ଇସ୍ତଫା ଦେଲେ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା
ବିବାଦୀୟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ଇସ୍ତଫା ଦେଇଥିବା ଜଣାପଡ଼ିଛି ।
ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ଶୁକ୍ରବାର ନିଜର ଇସ୍ତଫାପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଛନ୍ତି । ବାସଭବନରୁ ବିପୁଳ ଟଙ୍କା ମିଳିବା ପରେ ସେ ବିବାଦରେ ପଡ଼ିଥିଲେ । ପରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଅହ୍ଲାବାଦ ସ୍ଥାନାନ୍ତର କରାଯାଇଥିଲା ।
ଗତ ୫ତାରିଖରେ ଜଷ୍ଟିସ ବର୍ମା ଶପଥ ନେଇଥିଲେ । ବର୍ତମାନ ଆଭ୍ୟନ୍ତରୀଣ ତଦନ୍ତର ସମ୍ମୁଖୀନ ହେଉଛନ୍ତି ବୋଲି ସୂଚନା ମିଳିଛି । ଆହ୍ଲାବାଦ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି । ଜଷ୍ଟିସ ବର୍ମାଙ୍କ ବିରୋଧରେ ଦୁର୍ନୀତି ଆସିବା ପରେ ଚର୍ଚା ହେଉଥିଲା ।
ଦିଲ୍ଲୀରେ ତାଙ୍କ ବାସଭବନରେ ଅଗ୍ନିକାଣ୍ଡ ଘଟିଥିଲା ଏବଂ ପରବର୍ତୀ ତଦନ୍ତ ସମୟରେ ପୋଡ଼ିଯାଇଥିବା ୫୦୦ଟଙ୍କାର ନୋଟ ବିଡ଼ା ଉଦ୍ଧାର କରାଯାଇଥିଲା ।
ଏହି ଘଟଣା ପରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା ।
ସେଠାରେ ତାଙ୍କୁ ନ୍ୟାୟିକ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇ ନଥିବା ଜଣାପଡ଼ିଛି ।