ପଟ୍ରୋଲ ପମ୍ପରେ ବିକ୍ରି ହେବ କିରାସିନି!
ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି କ୍ରମଶଃ ଜଟିଳ ରୂପ ଧାରଣ କରିବାକୁ ବସିଛି । ଯାହାଦ୍ବାରା ଗ୍ୟାସ ସିଲିଣ୍ଡର ସଂକଟ ପରିସ୍ଥିତି ମଧ୍ୟରେ ଗତି କରୁଛି ।
ଏଭଳି କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତି ନେବାକୁ ଯାଉଥିବା ଜଣାପଡ଼ିଛି ।
କିରାସିନି ବିକ୍ରି ଉପରେ ପ୍ରତିବନ୍ଧକ ହଟାଇ ଦିଆଯାଇଛି ଏବଂ ୬୦ଦିନର ଅବଧି ବୃଦ୍ଧି କରାଯାଇଛି । ଏଭଳି କ୍ଷେତ୍ରରେ କିରାସିନି ପେଟ୍ରୋଲ ପମ୍ପରେ ମଧ୍ୟ ବିକ୍ରି କରାଯାଇପାରେ ବୋଲି ଜଣାପଡ଼ିଛି ।
୨୧ଟି ରାଜ୍ୟରେ ସାଧାରଣ ବଂଟନ ବ୍ୟବସ୍ଥା ଅଧିନରେ କିରାସିନିର ଆଡ-ହକ ଯୋଗାଣ ଆରମ୍ଭ ହୋଇଛି । ଖୁବ ଶୀଘ୍ର କିରାସିନି ବିକ୍ରି ଆରମ୍ଭ ହେବ । ହର୍ମୁଜ ପ୍ରଣାଳୀରେ ବଢ଼ୁଥିବା ଉତେଜନା ଗ୍ୟାସ ଯୋଗାଣକୁ ଆହୁରି ବାଧାପ୍ରାପ୍ତ କରିପାରେ ।
ଏଭଳି ସଂକଟର ସମାଧାନ ପାଇଁ କିରାସିନି ଉପରୁ ପ୍ରତିବନ୍ଧକ ଉଠାଇ ଏହାକୁ ବିକ୍ରୟ କରିବାକୁ ନିଷ୍ପତି ହୋଇଛି । ଦେଶର ଗ୍ରାମାଞ୍ଚଳରେ ଘରକୁ ଘର କିରାସିନି ଯୋଗାଣ କରାଯିବ । ଗତକାଲି କେନ୍ଦ୍ର ସରକାର ଏହା ନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି ।
ଏହା ପରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ୨୧ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ସାଧାରଣ ବଂଟନ ବ୍ୟବସ୍ଥା ମାଧ୍ୟମରେ କିରାସିନି ତେଲ ଯୋଗାଣ ପାଇଁ ନିର୍ଦେଶ ଦେଇଛନ୍ତି ।
ଭବିଷ୍ୟତରେ ଇନ୍ଧନ ଅଭାବକୁ ଏଡାଇବା ପାଇଁ ୬୦ଦିନ ପାଇଁ ରେସନ ଦୋକାନ ଓ ପେଟ୍ରୋଲ ପମ୍ପରେ କିରାସିନି ବିକ୍ରି କରାଯିବାର ଯୋଜନା ଚାଲିଛି ।
ହରିୟାଣା, ପଞ୍ଜାବ, ରାଜସ୍ଥାନ, ଉତର ପ୍ରଦେଶ, ମଧ୍ୟପ୍ରଦେଶ, ଉତରାଖଣ୍ଡ, ହିମାଚଳ ପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଗୋଆ, ଗୁଜୁରାଟ, ସିକିମ, ନାଗାଲାଣ୍ଡ ।
କେନ୍ଦ୍ର ଶାସିତ ଅଂଚଳଗୁଡ଼ିକ ମଧ୍ୟରେ ଦିଲ୍ଲୀ, ଚଣ୍ଡିଗଡ଼, ଜମ୍ମୁ-କାଶ୍ମୀର, ଲଦାଖ, ପୁଡ଼ୁଚେରୀ, ଲକ୍ଷଦ୍ୱୀପ, ଦାଦ୍ରା, ନଗର ହାବେଳି, ଦାମନ-ଦିଉ ଏବଂ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟ ଏଭଳି କିରାସିନି ବିକ୍ରି ପ୍ରତି ଗୁରୁତ୍ୱ ଦିଆଯାଉଥିବା ଜଣାପଡ଼ିଛି ।