ବାର୍ଦ୍ଧକ୍ୟ ଭତା ଓ ମହିଳା ସହାୟତା ରାଶି ୨ହଜାର ଟଙ୍କାକୁ ବୃଦ୍ଧି
ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପାଇଁ ଶାସକ ଡିଏମକେ ଏହାର ଇସ୍ତାହାର ଘୋଷଣା କରିଛି ।
ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ରବିବାର ଏକ ଇସ୍ତାହାର ଜାରି କରିଛନ୍ତି । ଜାରି କରିଥିବା ଇସ୍ତାହାରରେ ପ୍ରତି ପରିବାରର ମହିଳା ମୁଖିଆଙ୍କୁ ମାସିକ ୨ହଜାର ଟଙ୍କା ଲେଖାଁ ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଛି ।
ସେହିପରି ବାର୍ଦ୍ଧକ୍ୟ ଭତା ପରିମାଣ ୨ହଜାରଟଙ୍କାକୁ ବୃଦ୍ଧି କରାଯିବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ବିଦ୍ୟାଳୟରେ ଜଳଖିଆ ଦିଆଯିବ ।
ମହିଳା ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକୁ ବିନା ସୁଧରେ ୫ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ । ପ୍ରତି ପରିବାରକୁ ୫ରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ସୁବିଧା ଦିଆଯିବ ।
ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ୩୫ଲକ୍ଷ ପିଲାଙ୍କୁ ମାଗଣାରେ ଲ୍ୟାପଟପ ପ୍ରଦାନ କରାଯିବ ।
ରାଜ୍ୟରେ ୧୮ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ନିବେଶକଙ୍କୁ ଆକୃଷ୍ଟ କରାଯିବ ।
ବୈଦ୍ୟୁତିକ ସାମଗ୍ରୀ କ୍ରୟ ଲାଗି ମହିଳାମାନଙ୍କୁ ୮ହଜାର ଟଙ୍କାର କୁପନ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।