ସମୁଦ୍ରରେ ଭାସି ୨ ପର୍ଯ୍ୟଟକ ମୃତ
ବୁଲିବାକୁ ଆସି ପୁରୀ ସମୁଦ୍ରରେ ସୋମବାର ଦୁଇଜଣଙ୍କ ମୃତ୍ୟୁ ଘଟିଛି ।
ପ୍ରତ୍ୟକ୍ଷଦର୍ଶୀ ଓ ପୁଲିସର ବକ୍ତବ୍ୟ ଅନୁସାରେ ଦୁଇ ପର୍ଯ୍ୟଟକ ସମୁଦ୍ରରେ ଗାଧୋଉଥିବାବେଳେ କୌଣସି କାରଣର ବଶତଃ ପାଣିରେ ଗୋଡ଼ ଖସି ଯାଇଥିଲା ।
ଯାହାଦ୍ୱାରା ଢେଉରେ ସେମାନେ ଭିତରକୁ ପଶି ଯାଇଥିଲେ ।
ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ଧାର କରାଯାଇ ହାସପାତାଳରେ ଭର୍ତି କରାଯାଇଥିଲା । କିନ୍ତୁ ଡାକ୍ତର ଦୁହିଁଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।
ମୃତ ଦୁଇ ପର୍ଯ୍ୟଟକଙ୍କ ପରିଚୟ ପୁଲିସ ଜାଣିପାରି ନାହିଁ ।