ପ.ବଙ୍ଗ : କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ରବିବାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ପ୍ରାର୍ଥୀ ତାଲିକା ଅନୁଯାୟୀ ୨୮୪ଜଣଙ୍କୁ ଟିକଟ ମିଳିଛି ।
ରାଜ୍ୟର ମୋଟ ୨୯୪ଟି ବିଧାନସଭା ଆସନ ମଧ୍ୟରୁ ଅବଶିଷ୍ଟ ୧୦ଟି ଆସନ କଂଗ୍ରେସ ଏହାର ସହଯୋଗୀ ବାମଦଳକୁ ଛାଡ଼ିଛି ।
ଦଳର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ ବହରମ୍ପୁର ଆସନରୁ ଓ ମୌସମ ନୁର ମାଳତିପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି ।
ଦଳ ପକ୍ଷରୁ ଘୋଷିତ ପ୍ରାର୍ଥୀ ତାଲିକା ଅନୁସାରେ ବାଲୁରଘାଟରୁ ପ୍ରଦୀପ କୁମାର ମିତ୍ର, ମାଣିକଚକରୁ ମହମ୍ମଦ ଅନସରୁଲ ହକ୍, ଭରତପୁରରୁ ଆଜାରୁଦ୍ଦିନ ସିଜର, ଦମଦମ ଉତରରୁ ଧନଞ୍ଜୟ ମୈତ୍ର, ବରାନଗରରୁ ଶ୍ରୀମତୀ କଲ୍ୟାଣୀ ଚକ୍ରବର୍ତୀ, ଦମଦମରୁ ଶ୍ରୀମତୀ ସୁସ୍ମିତା ବିଶ୍ୱାସ, ବିଧାନନଗରରୁ ରଣଜିତ୍ ମୁଖାର୍ଜୀ, ବାରାସାତରୁ ତାରକ ମୁଖାର୍ଜୀ, ବାରୁଇପୁର ପୂର୍ବରୁ ପ୍ରତାପ ଚନ୍ଦ୍ର ମଣ୍ଡଳ, ବାରୁଇପୁର ପଶ୍ଚିମରୁ ଅଶୀତଳ ନାଗ , ବେହାଲା ପୂର୍ବରୁ ଶୈବାଳ ରାୟ, କଲକାତା ପୋର୍ଟରୁ ଆକିବ ଗୁଲଜାର, ଚୌରଙ୍ଗୀରୁ ମାନସ ସିରକାର, ବେଲେଘାଟାରୁ ଶ୍ରୀମତୀ ସାଇନା ଯାଦବ, ଜୋଡ଼ାସାଁକୋରୁ ଦୀପକ ସିଂ, ମାଣିକତାଲାରୁ ସୁମନ ରାୟଚୌଧୁରୀ, ବାଲିରୁ ଶ୍ରୀମତୀ ପ୍ରିୟଙ୍କା ଚୌଧୁରୀ, ଚନ୍ଦନନଗରରୁ ରତନ କୁମାର ଗୋଲଡାର, ଚୁଚୁଁଡ଼ାରୁ ମୈନୁଲ ହକ୍, ପାଣ୍ଡୁଆରୁ ସନାତନ ମଣ୍ଡି, ଖଡ଼ଗପୁରରୁ ଉଜ୍ଜଳ ମୁଖାର୍ଜୀ, ଘାଟାଲରୁ ଶ୍ରୀମତୀ କାବେରୀ ଦୋଲୁଇଙ୍କ ସହ ୨୮୪ଟି ଆସନରେ ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ କରାଯାଇଛି ।