ସିକିମରେ ଭୂସ୍ଖଳନ
ଉତର ସିକିମର ଲାଚେନରେ ଏପ୍ରିଲ ୭ତାରିଖରୁ ପ୍ରବଳ ବର୍ଷା ଜାରି ରହିବାଦ୍ୱାରା ସିକିମର କେତେକ ସ୍ଥାନରେ ଭୂସ୍ଖଳନ ସୃଷ୍ଟି ହୋଇଛି ।
ଯାହାଯୋଗୁଁ ରାସ୍ତାଗୁଡ଼ିକର ସ୍ଥିତି ଅତ୍ୟନ୍ତ ଦୁର୍ବିସହ ହୋଇପଡ଼ିଛି । ଉତର ସିକିମର ଲାଚେନରୁ ଜିଲା ମୁଖ୍ୟାଳୟ ମଙ୍ଗନକୁ ଯୋଗାଯୋଗ କରୁଥିବା ଏକ ରାସ୍ତାରେ ଭୂସ୍ଖଳନ ଯୋଗୁଁ ପ୍ରାୟ ୧୫ଶହ ଭଳି ପର୍ଯ୍ୟଟକ ଫସି ଯାଇଛନ୍ତି । ବୁଧବାର ସେନାଦ୍ୱାରା ଉକ୍ତ ସ୍ଥାନରେ ଉଦ୍ଧାର ଅପରେସନ ଆରମ୍ଭ ହୋଇଥିଲେ ସୁଦ୍ଧା ଗୁରୁବାର ଅପରାହ୍ନ ସୁଦ୍ଧା କେବଳ ୧୩୫ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯିବା ସମ୍ଭବ ହୋଇଛି ।
ବରଫପାତ ଯୋଗୁ ମଧ୍ୟ ସ୍ଥିତି ଅତ୍ୟନ୍ତ ଦୁର୍ବିସହ ହୋଇପଡ଼ିଛି । ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ଅଧିନରେ ତ୍ରିଶକ୍ତି କ୍ରର୍ପସ ଯୋଗାଯୋଗ ପୁନଃସ୍ଥାପିତ କରିବା ପାଇଁ ଏବଂ ଫସିଥିବା ପର୍ଯ୍ୟଟକଙ୍କୁ ସହଯୋଗ କରିବା ପାଇଁ ଅପରେସନ ଆରମ୍ଭ କରିଛନ୍ତି ।
ଖରାପ ପାଗ ଏବଂ ପ୍ରବଳ ବରଫପାତ ସତ୍ୱେ ଉଦ୍ଦାରକାରୀ ଦଳ ଉଦ୍ଦାର ଅପରେସନ ଜାରି ରଖିଛନ୍ତି ।
ଲାଚେନ ହେଉଛି ସିକିମରେ ସବୁଠାରୁ ଉକ୍ରୃଷ୍ଟ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ ।