‘ସିଜେପି’କୁ ମମତାଙ୍କ ସମର୍ଥନ
ସଦ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ‘ସିଜେପି’କୁ ନେଇ ସମଗ୍ର ଦେଶରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିବାବେଳେ ଏହି ‘ସିଜେପି’କୁ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ସମର୍ଥନ ଜଣାଇଛନ୍ତି ।
କେବଳ ମମତା ନୁହଁନ୍ତି, ଦଳର ଅନ୍ୟ ବରିଷ୍ଠ ନେତାନେତ୍ରୀମାନେ ମଧ୍ୟ ଏହି ସ୍ରୋତରେ ସାମିଲ ହୋଇଥିବା ଜଣାପଡ଼ିଛି ।
କକ୍ରୋଚ ଜନତା ପାର୍ଟର ରାଜନୈତିକ ଆଭିମୁଖ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ମମତାଙ୍କ ସହ ବହୁ ତୃଣମୂଳ ନେତାନେତ୍ରୀ ଏହି ସ୍ରୋତରେ ନିଜକୁ ସାମିଲ କରିବାଦ୍ୱାରା ରାଜ୍ୟ ବିରୋଧୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି ।
ଅବଶ୍ୟ ମମତାଙ୍କ ଏଭଳି ଆଭିମୁଖ୍ୟ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ସରକାରଙ୍କୁ ବିରୋଧ କରୁଥିବା ପ୍ରମାଣିତ କରୁଛି ।
ଏହି ‘ସିଜେପି’ ଦେଶର ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତିକୁ ହଟାଇବା ସହ ଏହାକୁ ପୂର୍ଣ୍ଣ ମାତ୍ରାରେ ବିରୋଧ କରିବାରେ ସଫଳ ହେବ ବୋଲି ତୃଣମୂଳ କଂଗ୍ରେସ ନେତ୍ରୀ ଆଶାବ୍ୟକ୍ତ କରିଛନ୍ତି ।