ଦୁଇ ବର୍ଷ ଭିତରେ ଦ୍ୱିତୀୟ ଥର ମିଳିପାରିବ ମାତୃତ୍ୱକାଳୀନ ଛୁଟି
ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ପୀଠ କର୍ମଜୀବୀ ମହିଳାଙ୍କ ମାତୃତ୍ୱକାଳୀନ ଛୁଟିକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଶୁଣାଇଛନ୍ତି ।
ପ୍ରଥମ ଥର ଛୁଟି ନେବାର ଦୁଇବର୍ଷ ଭିତରେ ପୁନଃ ମାତୃତ୍ୱକାଳୀନ ଛୁଟି ନେବାକୁ ମନା କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ମଙ୍ଗଳବାର ଏକ ମାମଲାରେ ନିଷ୍ପତି ଶୁଣାଇଛନ୍ତି ।
ହାଇକୋର୍ଟ ଜଷ୍ଟିସ କରୁଣେଶ ସିଂହ ପାୱାରଙ୍କ ପୀଠ ମନୀଷା ଯାଦବଙ୍କ ଯାଚିକାରେ ଶୁଣି କରି ଏହି ରାୟ ଦେଇଛନ୍ତି ।
ଯାଚିକା ଆବେଦନକାରୀଙ୍କ ଦ୍ୱିତୀୟ ଥର ମାତୃତ୍ୱକାଳୀନ ଛୁଟି ଆବେଦନ ନାମଞ୍ଜୁର କରି ଦିଆଯାଇଥିଲା ।
ଏପ୍ରିଲ ୪ ତାରିଖ ୨୦୨୬ ମସିହାର ଆଦେଶକୁ ସେ ଚ୍ୟାଲେଞ୍ଜ କରିଥିଲେ । ମାଟରନିଟି ବେନିଫିଟ ଆକ୍ଟ-୧୯୬୧ ଏକ କଲ୍ୟାଣକାରୀ ଆଇନ ମାତ୍ର । ରାଜ୍ୟ ସରକାର ଆର୍ଥିକ ହ୍ୟାଣ୍ଡବୁକ ନିୟମ ୧୫୩(୧) ଅନୁସାରେ ମାତୃତ୍ୱକାଳୀନ ଛୁଟି ମଧ୍ୟରେ ସର୍ବନିମ୍ନ ୨ବର୍ଷର ବ୍ୟବଧାନ ରହିବା ବାଧ୍ୟତାମୂଳକ ବୋଲି ଦର୍ଶାଇଥିଲେ ।
ତେବେ ହାଇକୋର୍ଟ ଉଭୟ ପକ୍ଷର ତର୍କ ଶୁଣିବା ପରେ ନିଷ୍ପତି ଶୁଣାଇଛନ୍ତି ।