ଭାରତ ସମେତ ବିଭିନ୍ନ ସ୍ଥାନରେ ବନ୍ଦ ହୋଇପାରେ ଇଂଟରନେଟ !
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ବନ୍ଦ ହେବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ । ଅପରନ୍ତୁ ଦିନକୁ ଦିନ ଏହି ଉତେଜନା ବୃଦ୍ଧି ପାଇବାରେ ଲାଗିଛି ।
ମିଳିଥିବା ସୂଚନା ଅନୁସାରେ ଏହି ଯୁଦ୍ଧ ଏକ ଭୟଙ୍କର ମୋଡ଼ ନେବାକୁ ବସିଛି ।
ଇରାନୀ ଗଣମାଧ୍ୟମ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକ ସୂଚିତ କରିଛନ୍ତି ଯେ ସମୁତ୍ର ତଳେ ଇଂଟରନେଟ କେବୁଲ ଗୁଡ଼ିକ ଉପରେ ଆକ୍ରମଣ ହୋଇପାରେ । ଏହି କେବୁଲଗୁଡ଼ିକ ପ୍ରାୟ ସମଗ୍ର ବିଶ୍ୱର ଇଂଟରନେଟକୁ ଶକ୍ତି ପ୍ରଦାନ କରନ୍ତି । ଯଦି ଏହା ଘରେ, ତେବେ କ’ଣ ସମଗ୍ର ବିଶ୍ୱର ଇଂଟରନେଟ ବନ୍ଦ ହୋଇଯିବ ? ଏହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଚି ।
ଏ ପର୍ଯ୍ୟନ୍ତ ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ କେବଳ ତେଳ, ଜାହାଜ ଏବଂ କ୍ଷେପଣାସ୍ତ୍ର ପର୍ଯ୍ୟନ୍ତ ସୀମିତ ଥିଲା । କିନ୍ତୁ ପରବର୍ତୀ ସମୟରେ ଇରାନର ଲକ୍ଷ୍ୟ ସମୁଦ୍ର ତଳେ ଥିବା କେବୁଲ ଉପରେ ଆକ୍ରମଣ ହୋଇପାରେ ।
ହର୍ମୁଜ ପ୍ରଣାଳୀ କେବଳ ଏକ ତୈଳ ପଥ ନୁହେଁ, ଏହା ଡିଜିଟାଲ ଦୁନିଆର ଏକ ପ୍ରମୁଖ ଚେକପଏଂଟ । ଏହିବାଟ ଦେଇ ଅନେକ ଆନ୍ତର୍ଜାତୀୟ ଫାଇବର ଅପ୍ଟିକ କେବୁଲ ଯାଇଥାଏ, ଯାହା ଏସିଆ, ୟୁରୋପ ଏବଂ ମଧ୍ୟପ୍ରାଚ୍ୟକୁ ସଂଯୋଗ କରିଥାଏ । ଏହି ଚ୍ୟାନେଲର କୌଣସି କ୍ଷତି କେବଳ ଗୋଟିଏ ଦେଶ ପାଇଁ ନୁହେଁ, ବରଂ ଅନେକଙ୍କ ପାଇଁ ଇଂଟରନେଟ ସଂଯୋଗକୁ ୍ରପ୍ରଭାବିତ କରିବ ।
ଏହି ଦୃଷଟିରୁ ଭାରତ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ । ଭାରତର ପ୍ରାୟ ୬୦% ଇଂଟରନେଟ ମଧ୍ୟପ୍ରାଚ୍ୟ ଏବଂ ୟୁରୋପକୁ ଯାଉଥିବା କେବୁଲ ଦେଇ ଗତି କରେ ।
ଏହାର ଅର୍ଥ ହେଉଛି ହର୍ମୁଜ ପ୍ରଣାଳୀ କିମ୍ବା ଲୋହିତ ସାଗରରେ କେବୁଲ କ୍ଷତି ଭାରତରେ ଇଂଟରନେଟ ଗତିକୁ ମନ୍ଥର କରିପାରେ । ବିଶେଷ କରି ଆନ୍ତର୍ଜାତୀୟ ୱେବସାଇଟ, କ୍ଲାଉଡ ସେବା ଏବଂ ଅନଲାଇନ ପେମେଂଟ ସିଷ୍ଟମକୁ ପ୍ରଭାବିତ କରିପାରେ । ଯଦିଓ ଭାରତରେ ଏକ ଦ୍ୱିତୀୟ ମାର୍ଗ ଅଛି, ଯାହା ପୂର୍ବ ଦିଗକୁ ସିଙ୍ଗାପୁର ଏବଂ ପ୍ରଶାନ୍ତ ମହାସାଗର ଦେଇ ଗତି କରେ ।
ଏହାକୁ ସମ୍ପୂର୍ଣ୍ଣ ଭାବେ ବ୍ୟାକ ଅପ କରାଯାଇପାରିବ ନାହିଁ, ଯାହାକୁ ନେଇ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି ।