ଦୁଗ୍ଧ ଚାଷୀଙ୍କୁ ମିଳିବ ଲିଟର ପିଛା ୧ଟଙ୍କା
ଦୁଗ୍ଧ ଚାଷୀଙ୍କ ପାଇଁ ଏକ ବଡ଼ ଖବର ଆସିଛି ।
ଜଣାପଡ଼ିଛି ଯେ ଓମଫେଡ ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ଓମପେଡ ପକ୍ଷରୁ ଏକ ବଡ଼ ନିଷ୍ପତି ନିଆଯାଇଛି ।
ଓମଫେଡ ଦୁଗ୍ଧଚାଷୀଙ୍କୁ ଏଥର ଲିଟର ପିଛା ୧ଟଙ୍କା ମିଳିବ ବୋଲି ଜଣାପଡ଼ିଛି । ପୂର୍ବରୁ ଏହି ଦୁଗ୍ଧଚାଷୀମାନେ ଲିଟର ପିଛା ୩୮ଟଙ୍କା ୫ ପଇସା ପାଉଥିଲେ, ଯାହାକି ନୂତନ ନିଷ୍ପତି ଅନୁସାରେ ୩୯ଟଙ୍କା ୫ ପଇସା ପାଇବେ । ଏହି ନୂତନ ବର୍ଦ୍ଧିତ ଦର ମେ ୧ ତାରିଖ (ଆସନ୍ତାକାଳି)ଠୁ କାର୍ଯ୍ୟକାରୀ ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।
ଦୁଗ୍ଧଚାଷୀଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ନିମନ୍ତେ ସଂସ୍ଥା ପକ୍ଷରୁ ଏଭଳି ପ୍ରୟାସ ଜାରି ହୋଇଛି ।
ଅପରପକ୍ଷେ ଘାସ, ଚାରା, ପିଡ଼ିଆ, ଗୋଖାଦ୍ୟ, ଔଷଧ ଆଦି ଖର୍ଚ କ୍ରୟ ମୂଲ୍ୟ ବୃଦ୍ଧି ହେବ ।
୩ଲକ୍ଷ ଓମଫେଡ ଦୁଗ୍ଧଚାଷୀ ଏହାଦ୍ୱାରା ବିଶେଷ ଭାବେ ଉପକୃତ ହେବା ସମ୍ଭବ ବୋଲି ସଂସ୍ଥା ମନେ କରୁଛି ।