ଏସଆଇଆର ନେଇ ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ
ସମଗ୍ର ଦେଶରେ ଏବେ ଏସଆଇଆର ଚାଲିଛି ।
ଆଗାମୀ ୨୦୨୭ ସାଧାରଣ ନିର୍ବାଚନ ପୂର୍ବରୁ ଭାରତରେ ବସବାସ କରୁଥିବା ଲୋକଙ୍କ ନାଗରିକତ୍ୱ ଯାଂଚ ସହ ସଠିକ ମତଦାତାଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରି ନିର୍ବାଚନ ଆୟୋଗଙ୍କୁ ଦେବା ଏହାର ମୂଳ ଉଦେ୍ଦଶ୍ୟ ।
ତେବେ ଏଭଳି ଏକ ଜାତୀୟ ଓ ସାମାଜିକ କାର୍ଯ୍ୟରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଛନ୍ତି ଟିଟିଲାଗଡ଼ ବିଧାୟକ ନବୀନ ଜୈନ ।
“ଯିଏ ଆମକୁ ଭୋଟ ଦେଇନାହାନ୍ତି ସେମାନଙ୍କ ନାଁ କଟାଯିବ । ଏସଆଇଆର ଅଧିକାରୀଙ୍କ ସହ ଆମ ଲୋକ ମଧ୍ୟ ଘରକୁ ଘର ବୁଲିବେ ।
ଯେଉଁମାନେ ୨୦ ବର୍ଷ ହେବ ବାହାରେ ରହୁଛନ୍ତି ସେମାନଙ୍କ ନାଁ ବି କଟିବ । ସେମାନଙ୍କ ନାଁ ରଖି କିଛି ଲାଭ ନାହିଁ ।
ତେବେ ଏହି ଖବର ବିଭିନ୍ନ ବୈଦୁ୍ୟତିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବିଧାୟକ ଶ୍ରୀ ଜୈନ ଏବେ ଅଠାକାଠିରେ ପଡ଼ିଛନ୍ତି ।
କାରଣ ଏହି ଏସଆଇଆର କାର୍ଯ୍ୟକ୍ରମ କୌଣସି ନିର୍ଦିଷ୍ଟ ରାଜନୈତିକ ଦଳ ନୁହେଁ ବରଂ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦେଶକ୍ରମେ କରାଯାଉଛି ।
ଏଥିରେ କୌଣସି ବାଧା ସୃଷ୍ଟିକାରୀଙ୍କୁ ତିଳେ ମାତ୍ର ବରଦାସ୍ତ କରାଯିବନି ବୋଲି ବହୁ ଆଗରୁ ମାନ୍ୟବର ଆୟୁକ୍ତ ସ୍ପଷ୍ଟ କରିସାରିଛନ୍ତି ।
ଏପରିସ୍ଥଳେ ଟିଟିଲାଗଡ଼ ବିଧାୟକ ଶ୍ରୀ ଜୈନଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ନିଶ୍ଚୟ ତାଙ୍କ ଓ ଦଳ ପାଇଁ ଅଡ଼ୁଆ ସୃଷ୍ଟି କରିବ ବୋଲି ବିଭିନ୍ନ ରାଜନୈତିକ ସମୀକ୍ଷକମାନେ ମତପୋଷଣ କରୁଛନ୍ତି ।