ଓଡ଼ିଶାରେ ‘ବାଂଲାଦେଶୀ’ ଆଲର୍ଟ
ପଶ୍ଚିମବଙ୍ଗରେ ଶୁଭେନ୍ଦୁଙ୍କ ବିଜେପି ସରକାର ସେଠାରେ ଦୀର୍ଘ ବର୍ଷ ଧରି ରହିଆସୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତଡ଼ିବାରେ ଲାଗିଛି ।
ଏଥିପାଇଁ ପଶ୍ଚମବଙ୍ଗରେ ଲୁଚାଛପାରେ ଦୀର୍ଘ ବର୍ଷ ଧରି ରହିଆସୁଥିବା ବାଂଲାଦେଶୀଙ୍କୁ ପୁଲିସ ସହାୟତାରେ ଚିହ୍ନଟ କରାଯାଇ ସେମାନଙ୍କୁ ବିଏସଏଫକୁ ହସ୍ତାନ୍ତର କରାଯାଉଛି ।
ଫଳରେ ବିଏସଏଫ ଏହି ବାଂଲାଦେଶୀମାନଙ୍କୁ ସୀମା ପାର ବାଂଲାଦେଶକୁ ପଠାଇବ ।
ଏହି କ୍ରମରେ ବର୍ତମାନ ସମଗ୍ର ପଶ୍ଚିମବଙ୍ଗରେ ରହୁଥିବା ବାଂଲାଦେଶୀ ଏବେ ଓଡ଼ିଶା ମୁହାଁ ହେବାରେ ଲାଗିଛନ୍ତି ।
ସେମାନେ ପଶ୍ଚିମବଙ୍ଗର ଜଳପଥ ସଂଲଗ୍ନ ବାଲେଶ୍ୱର, କେନ୍ଦ୍ରାପଡ଼ା ଆଦି ଜିଲାକୁ ଅନୁପ୍ରବେଶ କରିବାକୁ ଚେଷ୍ଟା ଚଳାଇଛନ୍ତି ।
ତେବେ ଏହା ଉପରେ ଓଡ଼ିଶା ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ।
ଉଭୟ ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ସାମୁଦ୍ରିକ ଥାନାଗୁଡ଼ିକ ପକ୍ଷରୁ ଜୋରଦାର ଚେକିଂ ଚାଲିଛି ।
କୌଣସି ଅଜଣା ଲୋକ ଡଙ୍ଗାରେ ବା ବୋଟରେ ବାଲେଶ୍କର ବା କେନ୍ଦ୍ରାପଡ଼ାରେ ପହଂଚିଲେ ତାଙ୍କୁ ଅଟକାଇ ପୁଲିସ ପଚରାଉଚରା କରୁଛି ।
ସେହିଭଳି ଓଡ଼ିଶା ସୀମାନ୍ତ ଜିଲାଗୁଡ଼ିକରେ ଏହି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ପୁଲିସ ତୀକ୍ଷ୍ଣ ନଜର ରଖିଛି ।
ଏହି କ୍ରମରେ ସୀମାନ୍ତ ଜିଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।