ଦୋମୁହାଁ ନୀତିରେ ଆମେରିକା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଯୁଦ୍ଧରେ ଦୋମୁହାଁ ନୀତି ଆଚରଣ ପ୍ରଦର୍ଶନ କରୁଛି, ଯାହାର ପର୍ଦ୍ଦାଫାସ ହୋଇଥିବା ଦେଖିବାକୁ ମିଳିଛି ।
ଟ୍ରମ୍ପ କେବଳ ଆମେରିକୀୟ ମୃତ୍ୟୁ ଘଟଣାକୁ ନେଇ ଚିନ୍ତିତ ରହିଛନ୍ତି, ଅନ୍ୟ ଦେଶର ନାଗରିକମାନେ କିପରି ରହିଛନ୍ତି ସେ ବିଷୟରେ କୌଣସି ଚିନ୍ତିତ ନାହାଁନ୍ତି । କୁଏତରେ ଇରାନୀ ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି ଏବଂ ଅନେକେ ଆହତ ମଧ୍ୟ ହୋଇଛନ୍ତି, କିନ୍ତୁ ଟ୍ରମ୍ପ ଚିନ୍ତିତ ନଥିବା ଭଳି ମନେହୁଏ ।
ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ତାଙ୍କ ସହଯୋଗୀମାନଙ୍କୁ ବ୍ୟକ୍ତିଗତ ଭାବେ କହିଛନ୍ତି ଯେ ତେହେରାନ ଆମେରିକୀୟ ସୈନିକଙ୍କ ହତ୍ୟା ନକଲା ପର୍ଯ୍ୟନ୍ତ ଇରାନ ସହିତ ପୂର୍ଣ୍ଣ ଯୁଦ୍ଧ ଆରମ୍ଭ କରିବାର ତାଙ୍କର କୌଣସି ଉଦେ୍ଦଶ୍ୟ ନାହିଁ । ଏହାର ଅର୍ଥ ହେଉଛି ଯେ ଆମେରକାର ଆଉ ଇରାନ ଉପରେ ଆକ୍ରମଣ କରିବାର ସାହସ ନାହିଁ । ଟ୍ରମ୍ପ ନିଜର ମୁହଁଟାଣ କରି ଏହି ଯୁଦ୍ଧରୁ ଖସିବାକୁ ଚେଷ୍ଟା କରୁଥିବା ପରିଲକ୍ଷିତ ହୁଏ । ସେଥିପାଇଁ ସେ ଇରାନ ବିଷୟରେ ଅବାନ୍ତର ମନ୍ତବ୍ୟ ଦେଉଛନ୍ତି ।
କିନ୍ତୁ ଆମେରିକୀୟ ଆକ୍ରମଣ ପରେ ଇରାନ କୁଏତ ଉପରେ ଆକ୍ରମଣ କରି ପ୍ରତିଶୋଧ ନେଇଛି ଏବଂ ଏଥିରେ ଅନେକେ ଭାରତୀୟ ଗୁରୁତର ଭାବେ ଆହତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏହି ଆକ୍ରମଣରେ ୬୩ଜଣ ଆହତ ହୋଇଛନ୍ତି । ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଶୋକ ପ୍ରକାଶ କରିଛି ।
ଭାରତୀୟ ରାଷ୍ଟ୍ରଦୂତ ପ୍ରମିତା ତ୍ରିପାଠୀ ହାସପାତାଳରେ ଆହତମାନଙ୍କୁ ଭେଟିଛନ୍ତି ଏବଂ ଭାରତୀୟ ଦୂତାବାସ ମୃତକଙ୍କ ଶରୀରକୁ ଭାରତ ପଠାଇବା ପାଇଁ ପ୍ରସ୍ତୁତି ଚଳାଇଛି । ଟର୍ମିନାଲ-୧ରେ ଆକ୍ରମଣରେ ଜୀବନହାନି ଏବଂ ବିମାନବନ୍ଦର ସୁବିଧାକୁ କ୍ଷତି ପହଂଚାଇବା ପରେ କୁଏତ ଏହାର ବିମାନ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରି ଦେଇଛି ବୋଲି କୁଏତର ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟର ମୁଖପାତ୍ର ଅବଦୁଲ୍ଲା ଅଲରାଜି କହିଛନ୍ତି ।
ଇରାନର ରିଭୋଲୁ୍ୟସନାରୀ ଗାର୍ଡ କୁଏତ ଉପରେ ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରି କହିଛି ଯେ ଏହା ଏକ ଇରାନୀ ତେଲ ଟ୍ୟାଙ୍କର ଏବଂ ଏକ ଦ୍ୱୀପ ଉପରେ ଆମେରିକାର ଆକ୍ରମଣର ପ୍ରତିଶୋଧ ।
ଏହି ଆକ୍ରମଣର ଜୀବନରେ ହେଲିକପ୍ଟର ମୁତୟନ କରଯାଇଥିବା କୁଏତର ଅଲି ଅଲ୍ ସାଲେମ ଘାଟ ତଥା ବାହାରିନରେ ଆମେରିକାର ପଂଚମ ନୌବାହିନୀ ମୁଖ୍ୟାଳୟ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରାଯାଇଥିଲା । କିନ୍ତୁ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଆମେରିକା କେବଳ ଜଣେ ଆମେରିକୀୟ ସୈନିକଙ୍କ ମୃତୁ୍ୟ ହେଲେ ଆକ୍ରମଣ କରିବ ।
ଏହି ଚିନ୍ତାଧାରା ହିଁ ବିଶ୍ୱର ଅଧିକାଂଶ ସ୍ଥାନରେ ଆମେରିକାକୁ ଦୋମୁହାଁ ବୋଲି ଆଖ୍ୟା ଦେବାକୁ ଲାଗିଛି ।