ବିରୋଧୀଙ୍କୁ ମୋଦୀଙ୍କ ଦୃଢ଼ ସମାଲୋଚନା
କେନ୍ଦ୍ର ସରକାରଙ୍କ ପକ୍ଷରୁ ମହିଳା ସଂରକ୍ଷଣ ସଂଶୋଧନୀ ବିଲ ପାସ ହୋଇପାରି ନାହିଁ ।
ଏହାକୁ ନେଇ ଶନିବାର ବିରୋଧୀ ଦଳଗୁଡ଼ିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ ସମାଲୋଚନା କରିଛନ୍ତି । ସେ ଏକ ଜନସଭାରେ କହିଛନ୍ତି ଯେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଯେଉଁ ରାଜନୀତି କରାଯାଇଛି, ତାହା ଅତ୍ୟନ୍ତ ଶସ୍ତା, ଯାହାର ମୂଲ୍ୟ ସେମାନଙ୍କୁ ଆଗାମୀ ଦିନରେ ଦେବାକୁ ହେବ ।
ବିଲ୍ଟି ବ୍ୟର୍ଥ ହେବା ପରେ ମନ୍ତ୍ରିମଣ୍ଡଳ ସଭାରେ ବିରୋଧୀ ଶିବିରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମହିଳା ବିରୋଧୀ’ ବୋଲି ଆକ୍ଷେପ କରିଥିଲେ । ସେ କ୍ଷୋଭ ପ୍ରକାଶ କରି କହିଥିଲେ ଯେ ବିରୋଧୀ ଦଳଗୁଡ଼ିକଦ୍ୱାରା ଯାହା ହେଲା, ତାହା ସେମାନଙ୍କୁ ଆଗାମୀ ଦିନରେ ଅଡୁଆରେ ପକାଇବ ।
ସେ ଆହୁରି କହିଥିଲେ ଯେ ଦେଶର ମହିଳା ସଂପ୍ରଦାୟଙ୍କ ପ୍ରତି ବିରୋଧୀ ଦଳଗୁଡ଼ିକ ବିଶ୍ୱାସଘାତକତା କରିଛନ୍ତି । ତେଣୁ ଏହି ବାର୍ତା ଦେଶର ପ୍ରତିଟି ଅଂଚଳକୁ ପହଂଚାଇ ଦିଆଯିବ । ଯାହାଦ୍ୱାରା ଦେଶବାସୀ ସେମାନଙ୍କ ସମ୍ବନ୍ଧରେ ସମସ୍ତ କିଛି ଅବଗତ ହୋଇପାରିବେ ।
ତାକ୍ତର ବକ୍ତବ୍ୟ ଥିଲା ଯେ ଏହି ବିଲ୍ କେବଳ ରାଜନୈତିକ ବିଷୟ ନୁହେଁ, ବରଂ ଏହା ମହିଳାଙ୍କ ଅଧିକାରୀ ଓ କ୍ଷମତାୟନ ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ । କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଯେଉଁମାନେ ଏହି ବିଲ୍ର ବିରୋଧ କରିଛନ୍ତି, ସେମାନେ ଭବିଷ୍ୟତରେ ଏହା ପାଇଁ ଅନୁଶୋଚନା କରିବେ ।
ରାଜନୈତିକ ଭାବେ ସେମାନଙ୍କୁ ଏହାର ଫଳ ଭୋଗିବାକୁ ପଡ଼ିବ । ଅନ୍ୟପକ୍ଷରେ ଶନିବାର କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଘଟଣାକୁ ‘ଏନଡିଏ’ ପାଇଁ କଳା ଦିବସ ବୋଲି କହିଛନ୍ତି ।