ସୋମବାର ପୁଣି ଶାନ୍ତି ଆଲୋଚନା!
ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତେଜନା ମଧ୍ୟରେ ଏକ କୁଟନୈତିକ ସମାଧାନ ଖୋଜିବା ପାଇଁ ପୁଣି ଥରେ ପ୍ରୟାସ ଆରମ୍ଭ ହୋଇଛି ।
ଆମେରିକା ଏବଂ ଇରାନ ମଧ୍ୟରେ ପରମାଣୁ ପ୍ରସଙ୍ଗରେ ଏକ ନୂତନ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହେବାକୁ ଯାଉଛି ।
ପାକିସ୍ତାନର ରାଜଧାନୀ ଇସଲାମାବାଦ ଏହି ଆଲୋଚନାର ଆୟୋଜନ କରିବାର ସମ୍ଭାବନା ରହିଛି । ରିପୋର୍ଟ ଅନୁସାରେ ଉଭୟ ଦେଶର ପ୍ରତିନିଧି ରବିବାର ସୁଦ୍ଧା ସେଠାରେ ପହଂଚିପାରନ୍ତି ।
ସୋମବାରଠାରୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ ହେବାର ଆଶା କରାଯାଉଛି । ଯଦିଓ ଆମେରିକା କିମ୍ବା ଇରାନ ଉଭୟ ଆନୁଷ୍ଠାନିକ ଭାବେ ବୈଠକକୁ ନିଶ୍ଚିତ କରିନାହାନ୍ତି, ତଥାପି ସୂଚନା ମିଳୁଛି ଯେ ପ୍ରସ୍ତୁତି ଚାଲିଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ କହିଛନ୍ତି ଯେ ଆଲୋଚନା ଶୀଘ୍ର ଆରମ୍ଭ ହୋଇପାରେ, ଏହିସମୟରେ କିଛି ଅନ୍ତର୍ଜାତୀୟ ଗଣମାଧ୍ୟମ ଇରାନୀ ସୂତ୍ରକୁ ଉଦ୍ଧୃତ କରି ଦାବି କରିଛନ୍ତି ଯେ ପରବର୍ତୀ ପର୍ଯ୍ୟାୟ ଚୂଡ଼ାନ୍ତ ହୋଇଛି ।
ଏହା ସ୍ପଷ୍ଟ କରୁଛି ଯେ ଉଭୟ ପକ୍ଷ ଉତେଜନା ହ୍ରାସ ପାଇଁ ଆଲୋଚନା ବଜାୟ ରଖିବାକୁ ହେବ । ଯାହାଦ୍ୱାରା ଅନୁମାନ କରାଯାଉଛ ି ସୋମବାର ପାକିସ୍ତାନ ରାଜଧାନୀ ଇସଲାମାବାଦରେ ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ପରବର୍ତୀ ପର୍ଯ୍ୟାୟ ଆଲୋଚନା ହୋଇପାରେ ।