ଖୋର୍ଦ୍ଧା ଜିଲ୍ଲାରେ ୨୩ ଯାଏଁ ସ୍କୁଲ ଛୁଟି
ପ୍ରବଳ ଖରା ଓ ଗ୍ରୀଷ୍ମ ପ୍ରବାହକୁ ଦେଖି ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ିକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ଅମୃତ ଋତୁରାଜ ।
ଏଥିସହ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦେଶ ରହିଛି । ଯଦି କୌଣସି ସ୍କୁଲରେ ପରୀକ୍ଷା ଥାଏ ତା’ହେଲେ ତାହା ଚାଲୁ ରହିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।