ଦେଶର ୧୨ ସ୍ଥାନରେ ଏନଆଇଏର ଚଢ଼ଉ
ଏବେ ସମଗ୍ର ଦେଶରେ ସୀମା ପାର ସ୍ମଗ୍ଲିଂ ବା ତସ୍କରି ବଢ଼ିଯାଇଛି ।
ଏଥିସହିତ ସାରା ଦେଶରେ ଆତଙ୍କୀ ନେଟୱାର୍କକୁ ଧରିବା ପାଇଁ ଏହାକୁ ରୋକିବା ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ତତ୍ପରତା ଦେଖାଇଛି ।
ଗିରଫ ପାକିସ୍ତାନୀ ଗୁପ୍ତଚର ଜସବୀର ଚୌଧୁରୀର ତଥ୍ୟ ଆଧାରରେ ଏହି ଚଢ଼ଉ କରାଯାଇଛି ।
ଏହି କ୍ରମରେ ଦେଶର ୪ଟି ରାଜ୍ୟର ୧୨ଟି ସ୍ଥାନରେ ଏକକାଳୀନ ଏନଆଇଏ ଚଢ଼ଉ କରିଛି ।
ଏହି କ୍ରମରେ ଉତରପ୍ରଦେଶର ୫ଟି, ମହାରାଷ୍ଟ୍ରର ୩, ରାଜସ୍ଥାନ ଓ ବିହାରର ୨ଟି ସ୍ଥାନରେ ଏନଆଇଏ ଚଢ଼ଉ କରିଛି ।
ଡ୍ରୋନ ମାଧ୍ୟମରେ ସୀମା ଆରପଟୁ ଅସ୍ତ୍ରଶସ୍ତ୍ର ଓ ଆଇଇଡି ହାସଲ କରୁଥିଲା ଜସବୀର ।
ଏଥିସହ ଦିଲ୍ଲୀ ଓ ପଞ୍ଜାବରେ ବିସ୍ଫୋରଣ ଷଡ଼ଯନ୍ତ୍ରରେ ମଧ୍ୟ ଜସବୀର ସାମିଲ ଥିଲା ।