ବାଂଲାଦେଶୀ ତଡ଼ିବା ଅଭିଯାନ ଜୋରଦାର
ପଡ଼ୋଶୀ ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ସରକାରଙ୍କ ନିର୍ଦେଶରେ ସେଠାରେ ଦୀର୍ଘ ବର୍ଷ ଧରି ରହିଆସୁଥିବା ବାଂଲାଦେଶୀଙ୍କୁ ତଡ଼ିବା ଅଭିଯାନକୁ ଜୋରଦାର କରାଯାଇଛି ।
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ସରକାର ଏବେ ବାଂଲାଦେଶୀଙ୍କୁ ତଡ଼ିବା ପାଇଁ ୩-ଡି ଫର୍ମୁଲା ଅପଣାଉଛନ୍ତି ।
ଅର୍ଥାତ୍ ପ୍ରଥମେ ଡିଟେକ୍ଟ ବା ଚିହ୍ନଟ, ଦ୍ୱିତୀୟରେ ଡିଲିଟ ବା ପୂର୍ବ ସରକାର ସମୟରେ କୌଶଳକ୍ରମେ ବାଂଲାଦେଶୀ ହାତେଇଥିବା କାଗଜାତକୁ ରଦ୍ଦ କରିବା ଏବଂ ତୃତୀୟରେ ଡିପୋର୍ଟ ବା ସ୍ଥାନାନ୍ତର କରିବା ।
ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେର୍ଶକ୍ରମେ ପଶ୍ଚିମବଙ୍ଗରେ ରହିଆସୁଥିବା ସହସ୍ରାଧିକ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସ୍ଥାନୀୟ ପୁଲିସ ଚିହ୍ନଟ କରି ସେମାନଙ୍କୁ ବିଏସଏଫକୁ ହସ୍ତାନ୍ତର କରୁଛି ।
ବିଏସଏଫ ଏହି ବାଂଲାଦେଶୀମାନଙ୍କୁ ସୀମା ପାର ନେଇ ବାଂଲାଦେଶୀ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରୁଛି ।
ଏହା ଦେଖି ଏବେ ଦୈନିକ ଶହ ଶହ ସଂଖ୍ୟାରେ ବାଂଲାଦେଶୀ ସ୍ୱଇଚ୍ଛାରେ ପଶ୍ଚିମବଙ୍ଗ ଛାଡ଼ି ବାଂଲାଦେଶ ପଳାଉଥିବା ଦେଖିବାକୁ ମିଳିଛି ।