ଅଲିମ୍ପିଆନ ସୁଟର ରଣଧୀରଙ୍କ ଦେହାନ୍ତ
ଭାରତୀୟ ଅଲିମ୍ପିଆନ ସୁଟର ତଥା କ୍ରୀଡ଼ା ପ୍ରଶାସକ ରଣଧୀର ସିଂହଙ୍କ ବୁଧବାର (୭୯) ଦେହାନ୍ତ ହୋଇଯାଇଛି ।
ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ । ପଞ୍ଜାବର ପାତିଆଲାର ଅର୍ଜୁନ ପୁରସ୍କାର ବିଜେତା ସ୍ୱର୍ଗତ ରଣଧୀର ସୁଟିଂ କ୍ରୀଡ଼ାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।
୧୯୬୮ରୁ ୧୯୮୪ ପର୍ଯ୍ୟନ୍ତ ୫ଥର ଅଲିମ୍ପିକ୍ସରେ ସୁଟିଂରେ ପ୍ରତିନିଧିତ୍ୱ କରିବାରେ ସଫଳ ହୋଇଥିଲେ । ୧୯୭୮ ବ୍ୟାଙ୍କକ୍ ଏସୀୟ କ୍ରୀଡ଼ାରେ ସୁଟିଂରେ ପ୍ରଥମ ଭାରତୀୟ ଭାବେ ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଖେଳ ସହ କ୍ରୀଡ଼ା ପ୍ରଶାସନିକ କ୍ଷେତ୍ରରେ ବେଶ ପ୍ରତିଷ୍ଠା ଅର୍ଜନ କରିଥିଲେ ।
୧୯୮୭ରୁ ୨୦୧୨ ପର୍ଯ୍ୟନ୍ତ ଭାରତୀୟ ଅଲମ୍ପିକ୍ସ ସଂଘର ସାଧାରଣ ସମ୍ପାଦକ ଭାବେ ଦର୍ଘ ୨୫ବର୍ଷ ଥିଲେ । ଏହା ବ୍ୟତୀତ ୨୦୦୧ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିର ସଦସ୍ୟ ରହିଥିଲେ ।
୨୦୨୪ ମସିହା ସେପ୍ଟେମ୍ବରରେ ଅଲିମ୍ପିକ୍ସ କାଉନସିଲ ଅଫ୍ ଏସିଆର ୪୪ତମ ସାଧାରଣ ପରିଷଦ ବୈଠକରେ ଅଲିମ୍ପିକ୍ସ କାଉନସିଲ ଅଫ ଏସିଆର ସଭାପତି ହୋଇଥିଲେ । ସେ ୪ବର୍ଷ ଲାଗି ୨୦୨୮ ପର୍ଯ୍ୟନ୍ତ ଓସିଏର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ରଣଧୀରଙ୍କ ଦେହାନ୍ତରେ ଭାରତୀୟ ରାଇଫଲ ଆସୋସିଏସନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।