ହାଇଡ୍ରୋଜେନ ଟ୍ରେନ ଚଳାଚଳକୁ ଅନୁମୋଦନ
ସ୍ଥାୟୀ ପରିବହନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଭାରତୀୟ ରେଳ ବିଭାଗ ଏକ ୧୦ଡବା ବିଶିଷ୍ଟ ହାଇଡ୍ରୋଜେନ ଇନ୍ଦନ ସେଲ ଚାଳିତ ଟ୍ରେନ ଚଳାଇବାକୁ ଅନୁମୋଦନ କରିଛି ।
ଉତର ରେଲୱେର ଜିନ୍ଦ-ସୋନିପତ ସେକ୍ସନରେ ଖୁବଶୀଘ୍ର ଚାଲିବାକୁ ଥିବା ଏହି ରେଳଗାଡ଼ି ଏକ ୧୨୦୦ କିଲୋୱାଟ ହାଇଡ୍ରୋଜେନ ଫୁଏଲ ସେଲ ପ୍ରୋପଲ୍ସନ ସିଷ୍ଟମ ଦ୍ୱାରା ଚାଳିତ ଓ ଏହା ଘଂଟାପ୍ରତି ସର୍ବାଧିକ ୭୫କିମି ବେଗରେ ଗତି କରିପାରିବ । ହାଇଡ୍ରୋଜେନ ଫୁଏଲ ସେଲ ପ୍ରଯୁକ୍ତିବିଦ୍ୟା ଉଦଯାନ ବ୍ୟବହାର କରି ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ ବିଦ୍ୟୁତ ଉତ୍ପାଦନ କରେ, ଏହି ପ୍ରକ୍ରିୟାରେ କେବଳ ଜଳୀୟ ବାଷ୍ପ ନିର୍ଗତ ହୁଏ । ତେଣୁ ଏହା ପାରମ୍ପରିକ ଜୀବାଶ୍ମ ଇନ୍ଧନ-ଆଧାରିତ ଟ୍ରେନ ବ୍ୟବସ୍ଥାର ଏକ ସ୍ୱଚ୍ଛ ବିକଳ୍ପ ଭାବେ କାର୍ଯ୍ୟ କରେ ।
ହାଇଡ୍ରୋଜେନ ଆଧାରିତ ଟ୍ରେନ ବ୍ୟବସ୍ଥା ସ୍ଥାୟୀ ପରିବହନ ପାଇଁ ଏକ ପ୍ରତିଶ୍ରୁତିପୂର୍ଣ୍ଣ ସମାଧାନ ଭାବେ ବିଶ୍ୱସ୍ତରୀୟ ସ୍ୱୀକୃତି ହାସଲ କରୁଛି । ଏହି ପଦକ୍ଷେପ ସହିତ ଜର୍ମାନୀ, ଜାପାନ, ଚୀନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପରି ବିଶ୍ୱର ମୁଷ୍ଟିମେୟ ଦେଶଙ୍କ କ୍ଲବରେ ଭାରତ ସାମିଲ ହୋଇଛି । ଏସମସ୍ତ ଦେଶ ସ୍ୱଚ୍ଛ ରେଳ ପରିବହନ ପାଇଁ ହାଇଡ୍ରୋଜେନ ବ୍ୟବହାର କରିବାର ସମ୍ଭାବନା ଅନୁସନ୍ଧାନ କରୁଛନ୍ତି ।
ଏହି ପ୍ରଯୁକ୍ତିବିଦ୍ୟା ବର୍ତମାନ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାରୁ କେବଳ ଅଳ୍ପ କିଛି ଦେଶ ଏବେ ଏପରି ପ୍ରଣାଳୀର ପରିଚାଳନା କିମ୍ବା ପରୀକ୍ଷଣ କରୁଛନ୍ତି । ହରିଆଣାର ଜିନ୍ଦ-ସୋନିପତ ସେକ୍ସନକୁ ଏହି ରେଳ ଚାଳନା ପାଇଁ ପାଇଲଟ ରୁଟ ଭାବେ ମନୋନୟନ କରାଯାଇଛି ।
ଏହାକୁ ସହଜ କରିବା ପାଇଁ ଜିନ୍ଦରେ ଏକ ସ୍ୱଦେଶୀ ଭାବେ ବିକଶିତ ହାଇଡ୍ରୋଜେନ ଭଣ୍ଡାର ଏବଂ ଇନ୍ଧନ ପୁନଃଭରଣ କେନ୍ଦ୍ର ପ୍ରତିଷ୍ଠା ହୋଇଛି ।
ପେଟ୍ରୋଲିୟମ ଏବଂ ବିସ୍ଫୋରକ ସୁରକ୍ଷା ସଂଗଠନ (ପିଇଏସଓ) ଏହି ସ୍ଥାନରେ କମ୍ପ୍ରେସଡ ହାଇଡ୍ରୋଜେନ ଗ୍ୟାସର ସଂରକ୍ଷଣ ଏବଂ ବଂଟନ ପାଇଁ ଆବଶ୍ୟକୀୟ ଲାଇସେନ୍ସ ପ୍ରଦାନ କରିଥିବା ଜଣାପଡ଼ିଛି ।