ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା ଜୁଲାଇ ୨ରୁ
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା ଆସନ୍ତା ଜୁଲାଇ ୨ ତାରିଖରୁ ଆରମ୍ଭ ହେବ । ଯାହାକି ୧୦ତାରିଖ ପର୍ଯ୍ୟନ୍ତ ଚାଲିବ ।
ଏଥିପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି ।
ଜୁଲାଇ ୨ରେ ପ୍ରଥମ ଭାଷା (ଓଡ଼ିଆ) ଥିବାବେଳେ ୪ ତାରିଖରେ ଦ୍ୱିତୀୟ ଭାଷା (ଇଂରାଜୀ) ରହିଛି । ସେହିପରି ୬ ତାରିଖରେ ଗଣିତ, ୮ ତାରିଖରେ ବିଜ୍ଞାନ, ୯ ତାରିଖରେ ସାମାଜିକ ବିଜ୍ଞାନ ଏବଂ ୧୦ ତାରିଖରେ ତୃତୀୟ ଭାଷା (ହିନ୍ଦୀ ଓ ସଂସ୍କୃତ) ରହିଛି । ପୂର୍ବାହ୍ନ ୯ଟାରୁ ଦିନ ୧୧ଟା ୩୦ମିନିଟ୍ ପର୍ଯ୍ୟନ୍ତ ଉଭୟ ରେଗୁଲାର ଏବଂ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ ।
କେବଳ ଗଣିତ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ମିନିଟ ସମୟ ଦିଆଯିବ । ଅନ୍ୟପକ୍ଷରେ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଦ୍ୱିତୀୟ) ପରୀକ୍ଷା ପାଇଁ ସୂଚୀ ପ୍ରକାଶ ପାଇଛି ।
ଜୁଲାଇ ୨ରେ ମାତୃଭାଷା, ୩ରେ ପେଂଟିଂ, ୪ରେ ଇଂରାଜୀ, ୬ରେ ଗଣିତ, ୭ରେ ହୋମ ସାଇନ୍ସ, ୮ରେ ବିଜ୍ଞାନ, ୯ରେ ସାମାଜିକ ବିଜ୍ଞାନ, ୧୦ରେ ଭାରତୀୟ ସଂସ୍କୃତି ଓ ଐତିହ୍ୟ ବିଷୟରେ ପରୀକ୍ଷା ହେବ ବୋଲି ସୂଚାଯାଇଛି ।