ମେ ୫ରୁ ପିଜି ପ୍ରବେଶିକା ପରୀକ୍ଷା
ସୂଚନା ମିଳିଛି ଯେ ସମୁଦାୟ ୫୦ଟି ସ୍ନାତକୋତର ବିଷୟ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ୨ଟି ସିଫ୍ଟରେ ପରୀକ୍ଷା ହେବ ।
ପ୍ରଥମ ସିଫ୍ଟରେ ଅନ୍ତର୍ଭୁକ୍ତ ଥିବା ସ୍ନାତକୋତର ବିଷୟ ପାଇଁ ଛାତ୍ରଛାତ୍ରୀମାନେ ପୂର୍ବାହ୍ନ ୧୦ଟାରୁ ୧୧ଟା ୪୦ମିନିଟ୍ ପର୍ଯ୍ୟନ୍ତ ପରୀକ୍ଷା ଦେବେ ।
ସେହିପରି ଦ୍ୱିତୀୟ ସିଫ୍ଟରେ ଛାତ୍ରଛାତ୍ରୀମାନେ ଅପରାହ୍ନ ୩ଟାରୁ ୪ଟା ୪୦ମିିନିଟ୍ ପର୍ଯ୍ୟନ୍ତ ପରୀକ୍ଷା ଦେବେ । ପ୍ରଥମ ଦିନରେ (ମେ ୫ତାରିଖ) ବାଣିଜ୍ୟ, ବାୟୋଟେକ୍ନୋଲୋଜି, ସୋସିଓଲୋଜି, ପରିବେଶ ବିଜ୍ଞାନ, ଏଜୁକେଶନ, ଆନଥ୍ରୋପୋଲୋଜି (କଳା) ଆଦି ବିଷୟ ପାଇଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ ।
ଏପ୍ରିଲ ୩୦ରୁ ଛାତ୍ରଛାତ୍ରୀମାନେ ଏସଏସବି ୱେବସାଇଟକୁ ଯାଇ ପ୍ରବେଶିକ ପରୀକ୍ଷା ପାଇଁ ନିଜର ଆଡମିଟ କାର୍ଡ ଡାଉନଲୋନ କରିପାରିବେ ।
ସିପିଇଟି ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ ହିଁ ଛାତ୍ରଛାତ୍ରୀମାନଙ୍କୁ ସ୍ନାତକୋତର ପାଠ୍ୟକ୍ରମ ପାଇଁ ଚୟନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମେ ୫ରୁ ୧୬ତାରିଖ ପର୍ଯ୍ୟନ୍ତ ସିପିଇଟି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଷ୍ଟେଟ ସିଲେକ୍ସନ ବୋର୍ଡ (ଏସଏସବି) ପକ୍ଷରୁ ସିପିଇଟି ପ୍ରବେଶିକା ପରୀକ୍ଷା ସୂଚୀ ପ୍ରକାଶିତ ହୋଇଛି ।