ବୌଦ୍ଧରେ ପୁଲିସକୁ ଆକ୍ରମଣ : ୪୦ ଅଟକ
ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି ।
ପ୍ରତିଦିନ ହତ୍ୟା, ଅପହରଣ, ବଳାକ୍ରାର, ହତ୍ୟା ଉଦ୍ୟମ, ଭିଡ଼ ହିଂସା ସହ ଗଞ୍ଜେଇର ଚୋରାଚାଲାଣ ଭଳି ଖବରମାନ ସାମ୍ନାକୁ ଆସୁଛି ।
ରବିବାର ବୌଦ୍ଧ ଜିଲାରେ କୌଣସି ସୂତ୍ରରୁ ଖବରପାଇ ପୁଲିସ ଟିମ୍ ଚୋରା ଗଞ୍ଜେଇ ଚାଲାଣକାରୀଙ୍କ ଉପରେ ଚଢ଼ଉ କରିଥିଲା ।
ତେବେ ଚଢ଼ଉବେଳେ ଓଲଟା ଗଞ୍ଜେଇ ଚୋରାଚାଲାଣକାରୀମାନେ ପୁଲିସକର୍ମୀଙ୍କୁ ଆକ୍ରମଣ କରିଛନ୍ତି ।
ଏହି ଘଟଣାରେ ପୁଲିସ ୪୦ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ।
ଘଟଣାରୁ ପ୍ରକାଶ ଯେ, ବୌଦ୍ଧର ଆଦର୍ଶ ଥାନା ହାଟଗାଁରେ ଗଞ୍ଜେଇ ମାଫିଆ ଓ ପୁଲିସ ମୁହାଁମୁହିଁ ହୋଇଥିଲେ ।
ଏହି ସଂଘର୍ଷରେ ୨ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବାବେଳେ ଜଣେ କନେଷ୍ଟବଳ ଗୁରୁ୍ତର ହୋଇଛନ୍ତି ।
ଗୁରୁତର ପୁଲିସ କର୍ମଚାରୀଙ୍କୁ ବୌଦ୍ଧ ମେଡିକାଲରେ ଭର୍ତି କରାଯାଇଛି ।
ପୁଲିସ ଏହି ଘଟଣାରେ ୪୦ ଜଣଙ୍କୁ ଉଠାଇ ଆଣି ଅଟକ ରଖି ତଦନ୍ତ ଜାରି ରଖିଛି ।