ଦାମୀ କାର ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟଣା
ମର୍ସିଡିଜ ଡ୍ରାଇଭର ଘର ଆଗରେ ଧାରଣା
ଗତ କିଛି ଦିନ ତଳେ ଭୁବନେଶ୍ୱରର ଶାସ୍ତ୍ରୀ ନଗରରେ ଜଣେ ମଦ୍ୟପ ମର୍ସିଡିଜ କାର ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା ।
ଏହି ଘଟଣାରେ ମୃତ ବାଇକ ଆରୋହୀଙ୍କ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ କ୍ଷତିପୂରଣ ପ୍ରଦାନ ଦାବିରେ ଜୟଦେବ ବିହାରସ୍ଥିତ ସମ୍ପୃକ୍ତ ମର୍ସିଡିଜ କାର ଡ୍ରାଇଭରଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ।
ଏହି ଦୁର୍ଘଟଣାରେ ବାଇକ ଆରୋହୀ ତଥା ଶାସ୍ତ୍ରୀ ନଗରନିବାସୀ ଦେବୀ ରଞ୍ଜନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲାବେଳେ ମର୍ସିଡିଜର ଆଗ ଭାଙ୍ଗି ଚୁରମାର ହୋଇଯାଇଥିଲା ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆଧାରରେ ଖାରବେଳନଗର ପୁଲିସ କଲପବୁଲ ହୋମିସାଇଡ ଦଖାରେ ମର୍ସିଡିଜ ଚାଳକ ସୌମ୍ୟ ରଞ୍ଜନଙ୍କୁ ଗିରଫ କରି କୋର୍ଟଚାଲାଣ କରିସାରିଛି ।
ଅନ୍ୟପଟେ ଏହି ଘଟଣାରେ ମୃତ ଦେବୀ ରଞ୍ଜନଙ୍କ ପରିବାରବର୍ଗ ଓ ଆତ୍ମୀୟସ୍ୱଜନମାନେ ଦୁର୍ଘଟଣାକାରୀ ମର୍ସିଡିଜ ଚାଳକ ସୌମ୍ୟ ରଞ୍ଜନଙ୍କ ଘର ସମ୍ମୁଖରେ କ୍ଷତିପୂରଣ ପ୍ରଦାନ ଦାବିରେ ଧାରଣା ଦେଇଛନ୍ତି ।