ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଦର୍ଶନ
ଗତ ଶନିବାର ରାତିରେ ବଡ଼ ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ କାଳିଆ ସାଆନ୍ତ ରଥରୁ ଓହ୍ଲାଇ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଛନ୍ତି ।
ସେଠାରେ ସେ ଆଉ ୮ ଦିନ ରହିବେ ।
ଏହା ତାଙ୍କର ମାଉସୀ ଘର । ଏ
ଠାକୁ ସେ ପ୍ରତିବର୍ଷ ରଥଯାତ୍ରାରେ ରତ୍ନବେଦୀ ବା ଶ୍ରୀମନ୍ଦିରରୁ ରଥଯାତ୍ରାରେ ବାହାରି ରଥାରୂଢ଼ ହୋଇ ସେବକ ଓ ଭକ୍ତଙ୍କ ଦ୍ୱାରା ମାଉସୀ ମା’ ମନ୍ଦିରକୁ ଯାଇଥାନ୍ତି ।
ସେଠାରେ ସେ ୯ ଦିନ ରହନ୍ତି ।
ଏହାକୁ ଆଡ଼ପ ବିଜେ ମଧ୍ୟ କୁହାଯାଏ ।
ତେବେ ଚଳିତ ବର୍ଷ ରଥଯାତ୍ରାରେ ପହଣ୍ଡି ବିଭ୍ରାଟ ଯୋଗୁଁ ରଥଯାତ୍ରା ଗୁରୁବାର ଦିନ କୌଣସି ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଂଚି ପାରିନଥିଲା ।
ତା’ପରଦିନ ଅର୍ଥାତ୍ ଶୁକ୍ରବାର ଦିନ ସକାଳୁ ଭକ୍ତମାନେ ୩ ରଥକୁ ଟାଣି ମାଉସୀ ମା’ ମନ୍ଦିର ନିକଟରେ ପହଂଚାଇଥିଲେ ।
ଶନିବାର ରାତିରେ ୩ ଠାକୁର ମାଉସୀ ମା’ ମନ୍ଦିରକୁ ପ୍ରବେଶ କରିସାରିଥିବାରୁ ଆଜି ଶ୍ରୁଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉମାନେ ଭକ୍ତଙ୍କୁ ଆଡ଼ପ ଦର୍ଶନ ଦେବେ ।
ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଡିଜିପି ୱାଇ ବି ଖୁରାନିଆ କହିଛନ୍ତି ।