ରାଜଧାନୀ ଦିବସରେ ନିମନ୍ତ୍ରଣକୁ ନେଇ ରାଜନୀତି
ସାଂସଦ-ମେୟର କଥା କଟାକଟି
ରାଜଧାନୀ ଦିବସ ପାଳନ ଅବସରରେ ଅତିଥିଙ୍କୁ ନିମନ୍ତ୍ରଣକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଭୁବନେଶ୍ୱରରେ ରାଜଧାନୀ ଦିବସ ପାଳନ ହେଉଥିବାବେଳେ ଏଥିରେ ଅତିଥି ନିମନ୍ତ୍ରଣକୁ ନେଇ ଭୁବନେଶ୍ୱର ସାଂସଦ ଓ ମେୟରଙ୍କ ମଧ୍ୟରେ ଆରମ୍ଭ ହୋଇଛି କଥା କଟାକଟି ।
ପୂର୍ବ ସରକାରକୁ ସାଂସଦ ଅପରାଜିତ ଷଡ଼ଙ୍ଗୀ ସମାଲୋଚନା କରିଛନ୍ତି ।
ବିଗତ ସରକାରରେ ମୋତେ ନିମନ୍ତ୍ରଣ କରାଯାଉନଥିଲା । ତେବେ ଆଜି ରାଜଧାନୀ ପ୍ରତିଷ୍ଠା ଦିବସରେ ମୋତେ ପ୍ରଶାସନ ନିମନ୍ତ୍ରଣ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ।
ଅନ୍ୟପଟେ ଏହାକୁ ଖଣ୍ଡନ କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ ।
ସେ କହିଛନ୍ତି ଯେ ସରକାରଙ୍କ ଯେକୌଣସି କାର୍ଯ୍ୟକ୍ରମରେ ସେ ନିଜେ ସାଂସଦ ଅପରାଜିତାଙ୍କୁ ଫୋନ କରି ଆମନ୍ତ୍ରଣ କରିଥାନ୍ତି; କିନ୍ତୁ ହୁଏତ କାର୍ଯ୍ୟବ୍ୟସ୍ତତା ଯୋଗୁଁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କାର୍ଯ୍ୟକ୍ରମରେ ଯୋଗ ଦେଇପାରିନଥାନ୍ତି ।
ତେବେ ଆଜି ଭଳି ଏକ ପବିତ୍ର ଦିବସରେ ସାଂସଦ ଅପରାଜିତାଙ୍କ ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମେୟର ଶ୍ରୀମତୀ ଦାସ କହିଛନ୍ତି ।
ଭୁବନେଶ୍ୱର ସାଂସଦ ଯେଉଁଠି ବି ଥାଆନ୍ତୁ ନାଁ କାହିଁକି ସେ ଭୁବନେଶ୍ୱରର ସରକାରୀ କାର୍ଯ୍ୟକ୍ରମରେ ନିହାତି ଯୋଗ ଦେବା ଆବଶ୍ୟକ ବୋଲି ମେୟର ସୁଲୋଚନା କହିଛନ୍ତି ।