ବିଜେପିକୁ ଯିବା ପରେ କମୁଛି ଲୋକପ୍ରିୟତା
ନିଜ ପୁରୁଣା ଦଳ ଛାଡ଼ିବା ପରେ କମୁଛି ଲୋକପ୍ରିୟତା, ଯାହାକି ତାଙ୍କର ବିଭିନ୍ନ ସାମାଜିକ ଗଣମାଧ୍ୟମ ରିପୋର୍ଟରୁ ବୁଝାପଡ଼େ ।
ଜଣାପଡ଼ିଛି ଯେ ଶୁକ୍ରବାର ରାଘବ ଚଢ଼ା ଆମ ଆଦମୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।
ରାଘବଙ୍କ ସହିତ ଆପର ଅନ୍ୟ ୬ଜଣ ରାଜ୍ୟସଭା ସାଂସଦ ମଧ୍ୟ ଆପ ଚାଡ଼ି ବିଜେପିରେ ମିଶିଥିଲେ । ଆପ ଛାଡ଼ି ବିଜେପିରେ ଯୋଗ ଦେବା ପରେ ରାଘବଙ୍କ ଲୋକପ୍ରିୟତା (ଫଲୋୟର୍ସ) କ୍ରମଶଃ ହ୍ରାସ ପାଇବାକୁ ଲାଗିଛି । ଦଳ ଛାଡ଼ିବାର ୨୪ ଘଂଟା ମଧ୍ୟରେ ତାଙ୍କର ପ୍ରାୟ ୧୯ଲକ୍ଷ ଫଲୋୟର୍ସ ହ୍ରାସ ପାଇଥିବା ପରିଲକ୍ଷିତ ହୁଏ ।
ଆମ ଆଦମୀ ପାର୍ଟି ଛାଡ଼ି ବିଜେପିରେ ଯୋଗଦେବା ଘଟଣାକୁ ଯୁବପିଢ଼ି ପସନ୍ଦ କରି ନାହାଁନ୍ତି ବୋଲି ଏଥିରୁ ସ୍ପଷ୍ଟ ହୋଇଛି ।
ରାଘବଙ୍କ ଏହି ପଦକ୍ଷେପ ତାଙ୍କୁ ଅଡ଼ୁଆରେ ପକାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି ।