ସମରକୋର୍ସ ଏବଂ ସୁଟିଂ ନାଁରେ ଶିଶୁ ଚାଲାଣ!
ଶିଶୁ ଚାଲାଣ ନୂଆ କୌଶଳ ସଂପ୍ରତି କେତେକ ଗ୍ରହଣ କରିଥିବା ଦେଖାଯାଇଛି ।
ସମର କୋର୍ସ ଏବଂ ସୁଟିଂ ନାମରେ ବାହାର ରାଜ୍ୟକୁ ଶିଶୁମାନଙ୍କୁ ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି ।
ସୂଚନା ମୁତାବକ ସୋମବାର ଏକ ବେସରକାରୀ ବସରେ କିଛି ଶିଶୁ ଚାଲାଣ ହେଉଥିବା ନେଇ ଚାଇଲ୍ଡ ଲାଇନକୁ ଏକ କଲ ଆସିଥିଲା । ପରେ ଶିଶୁ ବିଭାଗଦ୍ୱାରା ସେହି ବସଟିକୁ ମାଲକାନଗିରି ଥାନା ନିକଟରେ ଅଟକାଇ ଯାଂଚ କରିବାଦ୍ୱାରା ସେହି ଗାଡିରୁ କିଛି ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା ।
ସେମାନଙ୍କ ସହ ଆଲୋଚନା କରିବା ପରେ ସେମାନେ ବିଜୟୱାଡା ଯାଉଥିବା କହିଥିଲେ ।
ତେବେ ଶିଶୁମାନଙ୍କୁ ଉଦ୍ଧାର କରିବା ପରେ ସେହି ଶିଶୁମାନଙ୍କୁ ସିଡବ୍ଲ୍ୟୁସିରେ ପ୍ରଡ୍ୟୁସ କରି ସେମାନଙ୍କୁ ତାଙ୍କ ପରିବାର ବର୍ଗଙ୍କ ନିକଟରେ ହସ୍ତାନ୍ତର କରାଯିବ ।