ଘର ଛାଡ଼ି ଆଶ୍ରମ ଗଲେ ପ୍ରଶାନ୍ତ କିଶୋର
ବିହାର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପ୍ରଶାନ୍ତ କିଶୋର ଏବେ ଏକ ଆଶ୍ରମକୁ ଚାଲି ଯାଇଥିବା ଜଣାପଡ଼ିଛି ।
ବିହାରରେ ଏନଡିଏ ସରକାରଙ୍କ ଛଅମାସ ପୂରଣ ହେବା ପରେ ଜନ ସୂରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଘୋଷଣା କରିଛନ୍ତି ସେ ପାଟନାର ଉପକଣ୍ଠରେ ଥିବା ଏକ ଆଶ୍ରମକୁ ଯାଉଛନ୍ତି ।
ତେବେ ସେ ଆଗାମୀ ଦିନରେ ରାଜନୀତି ସହ ସଂପୃକ୍ତ ରହିବେ କି ନାହିଁ ସେ ସମ୍ବନ୍ଧରେ କୌଣସି ମନ୍ତବ୍ୟ ପ୍ରଦାନ କରିନାହାଁନ୍ତି ।
ଅନ୍ୟପକ୍ଷରେ ପ୍ରଶାନ୍ତ କିଶୋରଙ୍କ ଆଶ୍ରମ ଯିବା ଘଟଣାକୁ ନେଇ ସ୍ଥାନୀୟ ବିରୋଧୀ ରାଜନୈତିକ ଦଳଗୁଡ଼ିକ ସମାଲୋଚନାମୁଖର ହୋଇଥିବା ପରିଲକ୍ଷିତ ହୋଇଛି ।