ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ
ବାଙ୍କୀ ବିଧାୟକଙ୍କ ଦେବୀ ତ୍ରିପାଠୀଙ୍କ ସରକାରୀ ଘର ସମ୍ମୁଖରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ବିକ୍ଷୋଭକାରୀଙ୍କ ବକ୍ତବ୍ୟ ଯେ କ୍ରସ ଭୋଟିଂ କରି ନବୀନଙ୍କ ସହ ଧୋକାବାଜି କରାଯାଇଛି । ତେଣୁ ତୁରନ୍ତ ପଦରୁ ଇସ୍ତଫା ଦେଇ ସାନି ନିର୍ବାଚନ କରିବାକୁ ଦାବି କରିଥିଲେ । ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି ଯେ ଆମ୍ଭେମାନେ ଏଠାରେ ବିକ୍ଷୋଭ ପ୍ରଦର୍ଶନ କରୁଛୁ ।
ସେ କହିଛନ୍ତି ଯେ ଆମ୍ଭେ ଏଠାକୁ ଆସିଛୁ, ଦଳ ବିରୋଧୀ ନେତାଙ୍କୁ ଧରି ନବୀନ ବାବୁଙ୍କ ନିକଟକୁ ନେବୁ । ଦଳ ସୁପ୍ରିମୋ ଯାହାକୁ ଉଚ୍ଚ ଆସନରେ ବସାଇଥିଲେ, ସେ ଆଜି ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି, ଯାହାକୁ ବରଦାସ୍ତ କରାଯିବ ନାହିଁ । ସାଧାରଣ ଜନତା ମଧ୍ୟ ଏହାକୁ ବରଦାସ୍ତ କରିବେ ନାହିଁ । ସେହିପରି ଚିନ୍ମୟୀ ସାହୁ ମଧ୍ୟ ବିକ୍ଷୋଭ କର୍ମସୂଚୀରେ ସାମିଲ ହୋଇଥିବା ଦେଖାଯାଇଥିଲା । ହଜାର ହଜାର ଛାତ୍ରଛାତ୍ରୀ ଓ ଯୁବ ନେତାନେତ୍ରୀ ବିକ୍ଷୋଭ କର୍ମସୂଚୀରେ ସାମିଲ ହୋଇଥିଲେ ।
ବିକ୍ଷୋଭକାରୀଙ୍କ ବକ୍ତବ୍ୟ ଯଦି ବିକଳ୍ପ ନଥିଲା, ତେବେ ବିଜୁ ଜନତା ଦଳ ହୋଇ କାହିଁକି ଲଢ଼ୁଥିଲେ । କିଛି ଟଙ୍କା ପାଇଁ କ୍ରସ୍ ଭୋଟିଂ କରିଥିବା ନେତାମାନେ ନବୀନ ବାବୁଙ୍କ ବିରୋଧରେ ଧୋକାବାଜି କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ।
ଭୁବନେଶ୍ୱରରୁ ଆରମ୍ଭ କରି ନିଜ ନିର୍ବାଚନ ମଣ୍ଡଳି ଯାଏ ଇସ୍ତଫା ଦାବିରେ ଦଳର ଯୁବ, ମହିଳା ଓ ଛାତ୍ରଛାତ୍ରୀମାନେ ବାଙ୍କୀ ବିଜେଡି ବିଧାୟକଙ୍କ ଘର ସମ୍ମୁ୍ୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଧାୟକ ପଦରୁ ଇସ୍ତଫା ଦେଇ ସାନି ନିର୍ବାଚନ ଲଢ଼ନ୍ତୁ ବୋଲି ଛାତ୍ର ନେତାନେତ୍ରୀମାନେ କହିଛନ୍ତି ।
ବିକ୍ଷୋଭ କାର୍ଯ୍ୟସୂଚୀକୁ ନେଇ ସମଗ୍ର ଅଂଚଳ କ୍ଷଣିକ ପାଇଁ ସରଗରମ ହୋଇପଡ଼ିଥିବା ଦେଖାଯାଇଥିଲା ।