ସଡ଼କ ଦୁର୍ଘଟଣା, ୯ ମୃତ
ମହାରାଷ୍ଟ୍ର ଥାଣେ ଜିଲାରେ ଅଭାବନୀୟ ଘଟଣା ଘଟିଛି ।
ଏକ ସେତୁ ଉପରେ ସିମେଂଟ ମକ୍ଟଳର ସହିତ ଏକ ଗାଡ଼ି ଧକ୍କା ହେବା ଫଳରେ ନଅ ଜଣଙ୍କ ମୃତ୍ୟୁ ଘଟିଛି ।
ଦୁର୍ଘଟଣା ପରେ ସେତୁ ଉପରେ ଯାତାୟାତ ବନ୍ଦ ହୋଇ ଯାଇଥିଲା । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୁଲିସ, ଉଦ୍ଧାରକାରୀ ଦଳ ଏବଂ ଡାକ୍ତରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ ।
ଆହତମାନଙ୍କୁ ତୁରନ୍ତ ଉଦ୍ଦାର କରାଯାଇ ନିକଟସ୍ଥ ମେଡ଼ିକାଲରେ ଭର୍ତି କରାଯାଇଛି । ମୁରବାଡ଼ର ଗୋବିଲ ଗାଁର ରୈତା ସେତୁ ଉପରେ ସକାଳ ପ୍ରାୟ ସାଢ଼େ ୧୧ଟାରେ ଏହି ଦୁର୍ଘଟଣା ଘଟିଥିଲା ।
ପୁଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।