ସମ୍ରାଟ ଚୌଧୁରୀ ବିହାରର ନୂଆ ମୁଖ୍ୟମନ୍ତ୍ରୀ
ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତିଶଙ୍କ ଇସ୍ତଫା ପରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ସମ୍ରାଟ ଚୌଧୁରୀ ଅଧିଷ୍ଠିତ ହୋଇଛନ୍ତି ।
ଏହାଦ୍ୱାରା ବିହାରରେ ସରିଲା ନୀତିଙ୍କ ରଙ୍କକ୍ସକ୍ଟ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଇସ୍ତଫା ଦେଇଛନ୍ତି ।
ବିହାରରେ ବିଜେପିର ନୂଆ ସମୟ ଆରମ୍ଭ ହୋଇଛି । ବିହାରରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ହୋଇଛନ୍ତି । ରାଜନୈତିକ ପରିବାରରୁ ଆସିଛନ୍ତି ସମ୍ରାଟ । ବାପା ଶକୁନି ଚୌଧୁରୀ ଛଅ ଥରର ବିଧାୟକ ଓ ଥରେ ସାଂସଦ ରହିଛନ୍ତି । ମାଆ ପାର୍ବତୀ ଦେବୀ ମଧ୍ୟ ବିଧାୟକ ଥିଲେ ।
ବିଜେପି ବିଧାୟକ ଦଳ ବୈଠକରେ ସମ୍ରାଟ ନେତା ନିର୍ବାଚିତ ହୋଇଛନ୍ତି ।
ବିହାରରେ ପ୍ରଥମ ଥର ପାଇଁ ବିଜେପିକୁ ମୁଖ୍ୟମନ୍ତ୍ରୀ ପଦ ମିିଳିଛି । ୧୯୯୧ ମସିହାରେ ୩୧ବର୍ଷ ବୟସରଙ୍କ ବିହାର କୃଷିମନ୍ତ୍ରୀ ହୋଇଥିବାବେଳେ ୨୦୦୦-୧୦ ପର୍ଯ୍ୟନ୍ତ ବିଧାୟକ ହୋଇଛନ୍ତି । ୨୦୧୦ରେ ବିହାରର ବିରୋଧୀ ଦଳ ମୁଖ୍ୟ ସଚେତକ ହୋଇଥିଲେ । ୨୦୨୩ ମାର୍ଚରେ ବିହାର ବିଜେପିର ଅଧ୍ୟକ୍ଷ ମଧ୍ୟ ରହିଛନ୍ତି ।
୨୦୨୪ ଜାନୁଆରୀରେ ବିହାର ଉପମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଛନ୍ତି । ୨୦୨୫ ନଭେମ୍ବରରେ ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନୀତିଶ କୁମାରଙ୍କ ପରେ ସମ୍ରାଟ ଚୌଧୁରୀ ଏବେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ । ମଙ୍ଗଳବାର ମେଣ୍ଟର ବିଧାୟକମାନଙ୍କ ବୈଠକ ପରେ ସମ୍ରାଟ ଚୌଧୁରୀଙ୍କୁ ସର୍ବସମ୍ମତିକ୍ରମେ ଏନଡିଏ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଥିଲା । ବୈଠକ ସମୟରେ ବିଜୟ ସିହ୍ନା ଏହି ପଦବୀ ପାଇଁ ତାଙ୍କ ନାମ ପ୍ରସ୍ତାବ ଦେଇଥିଲେ ।
ସେ କହିଛନ୍ତି ଯେ ମୋର ଲକ୍ଷ୍ୟ ହେଉଛି ନୀତିଶ କୁମାରଙ୍କ ଦ୍ୱାରା କଳ୍ପିତ ‘ସମୃଦ୍ଧ ବିହାର’ର ସ୍ୱପ୍ନ ପୂରଣ କରିବା ଓ ବିକଶିତ ବିହାର ଗଢ଼ିବା ।